କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟବିମା ଯୋଜନର ଶୁଭାରମ୍ଭ

ଝଙ୍କଡ଼ ତା ୧୧/୪/୨୦୨୫
ଜଗତସିଂହପୁର ଜିଲ୍ଲାରେ କାୟାକଳ୍ପ ରେ ପ୍ରଥମ ସ୍ଥାନ ଲାଭ କରିଥିବା, ଝଙ୍କଡ଼ ସାରଳା ପୀଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,କନକପୁର ଆନୁକୁଲ୍ୟରେ ଗତ ଶୁକ୍ରବାର ଦିନ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବିମା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମେଡ଼ିକାଲ ସମ୍ମୁଖସ୍ଥ ବସନ୍ତବଗିଚା ରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ କନକପୁର ସରପଞ୍ଚ ରେବତୀ ମହାନ୍ତି, ମୁଳିସିଂହ ସରପଞ୍ଚ ସାଫି ଆଜାମ୍ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ ଙ୍କ ସହିତ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଓ ପି.ଏଚ୍.ସି.ର ମେଡ଼ିକାଲ ଅଫିସର ଡଃ ପଙ୍କଜ କୁମାର ଚାନ୍ଦ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ , ଏହି ଯୋଜନା ରେ କିପରି ସମସ୍ତେ ସାମିଲ ହୋଇ, ଏହାର ସୁଫଳ ପାଇପାରିବେ, ସେ ବିଷୟରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସି ଏଚ୍ ଓ ସ୍ନିଗ୍ଧା ସିଂହ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହିତ, ମଞ୍ଚ ମଣ୍ଡନ କରିଥିବା ମା ସାରଳା ଙ୍କ ଉଦ୍ଦେଶ୍ୟରେ, ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ପରେ ପରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ନେତୃବୃନ୍ଦ ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ, ଉପସ୍ଥିତ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କନକ ପୁର ଓ ମୁଳିସିଂହ ପଞ୍ଚାୟତର ୧୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ସ୍ବାସ୍ଥ୍ୟବୀମା ଡେମୋ ପ୍ରଦାନ କରାଯାଇ ଥିଲା । ମେଡ଼ିକାଲ ଅଫିସର ଡଃ ସୁଶ୍ରୀ ସଙ୍ଗୀତା ରଥ , ଫର୍ମାସିଷ୍ଟ ଦୀପକ କୁମାର ଦାସ , ଆଟେଣ୍ଡl ନଟ ନୃସିଂହ ଚରଣ ସେଠୀ , ଏଲ୍ ଟି ରାକେଶ କୁମାର ସାହୁ, ଏସ ଜି ନାରାୟଣ ପ୍ରସାଦ ସ୍ୱାଇଁ , ଏସ ଡବ୍ଲୁ ବିଶ୍ୱଜିତ ସ୍ୱାଇଁ , ସି ଏଚ୍ ଓ ସୌମ୍ୟା ଶେଫାଳିକା , ଓ ଏଚ୍ ଡବ୍ଲୁ ଅଙ୍କିତା ସାହୁ, ସିଗ୍ନଧା ମୟୀ ସ୍ୱାଇଁ ଓ ପ୍ରିୟଙ୍କା ପ୍ରିୟଦର୍ଶିନି ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ପରିଶେଷରେ ଏହି ଉପଲକ୍ଷେ, ପ୍ରଚାର ରଥକୁ କନକ ପୁର ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସମେତ ସମସ୍ତ ଅତିଥିମାନେ ପତାକା ହଲାଇ ଉଦଘାଟନ କରିଥିଲେ ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।