November 16, 2024

ପୋଲିସ ଓ ପବ୍ଲିକ୍ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଜନ ସଚେତନତା ଶୋଭାଯାତ୍ରା

Share

ବୁଗୁଡ଼ା : ତା ୧୧/୦୪/୨୩ : ସାମ୍ପ୍ରତିକ ସ୍ଥିତିରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ସମନ୍ବୟ ରକ୍ଷା ଲକ୍ଷ୍ୟରେ ଷ୍ଟୁଡେଣ୍ଟ ପୋଲିସ କ୍ଯାଡେଟ୍ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ବୁଗୁଡାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ଛାତ୍ର ଓ ପୋଲିସ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପୂର୍ବକ ପୋଲିସ ଓ ପବ୍ଲିକ୍ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରାର ଶୁଭାରମ୍ଭ ତହସିଲଦାର ସଂଗ୍ରାମ କେଶରୀ ଜେନା କରିଥିବା ବେଳେ ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଅଂଶ ଗ୍ରହଣ ଏବଂ ଛାତ୍ରମାନେ ପ୍ଲାକାର୍ଡ଼ ପ୍ରଦର୍ଶନ ସହ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ଦେଇଥିଲେ । ଏଥି ସହ ପିପୁଲ୍ସ ହାଇସ୍କୁଲ ପରିସରରେ ଏକ ସଭାକାର୍ଯ୍ଯ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଇଆଇସି ଚିତ୍ତ ରଞ୍ଜନ ବେହେରା, ସିଆରସିସି କିରଣ ବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ପୋଲିସ୍ ଜନତାଙ୍କ ବନ୍ଧୁ ହୋଇଥିବାରୁ ଜନସାଧାରଣ ପୋଲିସକୁ ଭୟ ନ କରି ତା’କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ସହ ଆବଶ୍ୟକ ସ୍ଥଳେ ସହାୟତା ଲୋଡିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ପରିଶେଷରେ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।