April 27, 2026
IMG-20230411-WA0033
Share

ବୁଗୁଡ଼ା : ତା ୧୧/୦୪/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ଉପକଣ୍ଠରେ ଏକ କାର ଦୁର୍ଘଟଣାରେ ମାଆ ଗୁରୁତର ସହ ଦୁଇ ଝିଅ ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣାରେ ଗୁରୁତର ମାଆ ଜଣକ ଝୁନୁଲତା ପାତ୍ର ଏବଂ ଆହତ ଝିଅ ଦ୍ବୟ ମଧୁସ୍ମିତା ପାତ୍ର ଓ ସ୍ବର୍ଣ୍ଣଲତା ପାତ୍ର । ଘଟଣାରୁ ପ୍ରକାଶ ଯେ , ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ନିରଞ୍ଜନ ପାତ୍ର ନିଜେ କାର ଚଳାଇ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ସିମାଞ୍ଚଳରୁ ଗାଁକୁ ଫେରୁଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ସମୟରେ ଗୋଲିଆ ଗାଁ ଉପକଣ୍ଠରେ କାରଟିର ଆଗପଟର ବାମପାଖ ଚକଟି ଫାଟି ଯାଇଥିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା କଡସ୍ଥ ଏକ ଗଛରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଥିବା ଟ୍ରକଟିଏ ସହ ଧକ୍କା ହୋଇଥିଲା । ଫଳରେ କାରଟି ଚୁରମାର ହୋଇଯିବା ସହ ନିରଞ୍ଜନଙ୍କ ସ୍ତ୍ରୀ ଓ ଦୁଇ ଝିଅ ଆହତ ହୋଇଥିଲେ । ଦୁର୍ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ପୋଲସରା ମେଡିକାଲକୁ ନିଆ ଯାଇଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗି ଝୁନୁଲତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିବା ଜଣାଯାଇଛି ।