ଉମରକୋଟ ଭା ଜ ପା ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ଆଦିବାସୀ ସମ୍ମିଳନୀ…………
ରବିବାର ଦିନ ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ବ୍ଲକ ଚିତ୍ରକୋଟ ଗାୟତ୍ରୀ ମନ୍ଦିର ପଡିଆ ଠାରେ ଏକ ବିଶାଳ ଜନଜାତୀୟ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ।ଏହି ସମ୍ମିଳନୀ ସମାବେଶରେ ୭ଟି ମଣ୍ଡଳ ର ତିନି ହଜାର ରୁ ଉର୍ଦ୍ଧ ଲୋକଙ୍କ ସମାଗମ ରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ପ୍ରଥମତଃ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡା ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ, ଧୁପ ଦୀପ ଓ ପୁଷ୍ପାଞ୍ଜଳୀ ଅର୍ପଣ କରି ଆରମ୍ଭ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ବୃନ୍ଦ ଆଦିବାସୀ ନେତା ଓ ସ୍ତାନୀୟ କିଛି ବରିଷ୍ଠ ନେତୃବୃନ୍ଦ ନିଜ ନିଜ ଭାଷଣରେ କେନ୍ଦ୍ର ରେ ଥିବା ମୋଦି ସରକାରଙ୍କ ଆଦିବାସୀ ପାଇଁ ସାମଗ୍ରିକ ବିକାଶ ଉପରେ ବିଭିନ୍ନ ଭାଷଣ ଆରମ୍ଭ କରିଥିଲେ ।ଆଦିବାସୀ ପାଇଁ ପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ କୃଷିଭିତ୍ତିକ। ପିଏମ୍ କିଶାନ ସମ୍ବୃଦ୍ଧ, ପିଏମ୍ ଫସଲ ବିମା, କିଶାନ କ୍ରେଡିଟ କାର୍ଡ, ସିଞ୍ଚାୟି ଯୋଜନା,ତରଳ ୟୁରିୟା, ଡ୍ରୋନ ଦିଦି ।
ଶିକ୍ଷାଭିତ୍ତିକ ୪୦୧ ଏକଲବ୍ୟ ବିଦ୍ୟାଳୟ, ଜନ ଧନ ବିକାଶ କେନ୍ଦ୍ର ଏପରି ଆଦିବାସୀ ଙ୍କ ପାଇଁ ବହୁତ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ଙ୍କ ଇତିହାସ ରେ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ୧୫ ନଭେମ୍ବର ଦିନ କୁ ଜନଜାତୀୟ ଗୌରବ ଦିବସ ରୂପେ ଘୋଷଣା ଓଡିଆ ଆଦିବାସୀ ଝିଅ ଦୌର୍ପଦୀ ମୁର୍ମୁ ଙ୍କୁ ସମ୍ବିଧାନରେ ସର୍ବୋଚ୍ଚ ସ୍ଥାନ ଦେବା କେନ୍ଦ୍ର ସରକାର ରେ ଓଡିଆ ଆଦିବାସୀ ମନ୍ତ୍ରୀ ଙ୍କ ସ୍ଥାନ ଏଭଳି ଦେଶରେ ଆଦିବାସୀଙ୍କ ମହତ୍ବକାଂକ୍ଷା କୁ ପ୍ରଧାନମନ୍ତ୍ରୀ ଗୁରୁତ୍ବର ସହ ପାଳନ କରିଥିବା କଥା ବିଷୟରେ ସମସ୍ତ ନେତୃବୃନ୍ଦ ନିଜ ନିଜ ର ଅଭିଭାଷଣ ରଖି ଉପସ୍ଥିତ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହି ସମାବେଶ ରେ ଉମରକୋଟ ନିର୍ବାଚନ ମଣ୍ଡଳୀ ର ସମାଜ ପ୍ରତି ଅବଦାନ ଥିବା ବରିଷ୍ଠ ଓ ବିଶିଷ୍ଚ ୫୦ ଜଣ ବ୍ୟକ୍ତିଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ କର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡି ଓ କଂଗ୍ରେସ ର ୧୫୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉମରକୋଟ ବିଧାୟକ ତଥା ରାଜ୍ୟ ଜନଜାତି ମୋର୍ଚା ସଭାପତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଏସ ଟି ମୋର୍ଚ୍ଚା ଜାତୀୟ ସାଧାରଣ ସମ୍ପାଦକ କଳିରାମ ମାଝୀ, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ରାଜ୍ୟ ଏସ ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ବାସନ୍ତୀ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ହାଟଭରଣ୍ଡି ମଣ୍ଡଳ ସଭାପତି ଶିବ କୁମାର ଗଣ୍ଡ, ଶ୍ୟାମ ସୁନ୍ଦର ମାଝୀ, ଗୋନ ମଣ୍ଡଳ ସଭାପତି ମାୟାରାମ ଗଣ୍ଡ, ସୁଦର୍ଶନ ମାଝୀ, ରାଜ୍ୟ ଯୁବମେର୍ଚା କଷାଦକ୍ଷ ସନ୍ତୋଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ସଂଯୋଜକ ଶୁରେସ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ।
(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)