April 25, 2026

ଡକାୟତି ଓ ହତ୍ୟାଉଦ୍ୟମରେ ଦୁଇ ଗିରଫ

WhatsApp Image 2023-03-11 at 14.59.00
Share

ଡକାୟତି ଓ ହତ୍ୟାଉଦ୍ୟମରେ ଦୁଇ ଗିରଫ । ଏମିତି ଏକ ଘଟଣା ଘଟିଛି ତରଭା ଥାନା ଅଂଚଳରେ । ଘଟଣାଆକାରରେ ଗତ ୯ ତାରୀଖ ରାତି ପ୍ରାୟ ୧ଟା ସମୟରେ କମସରାଫାଣ୍ଡି ବୁରୋମୁଣ୍ଡା ଗାଁରେ ଏକ ୟମାହା ମୋଟର ସାଇକେଲରେ କିଛିବ୍ୟକ୍ତି ଯାଇ ଜଣେ ଦୋକାନ ମାଲିକଙ୍କୁ ଦୋକାନରୁ ଉଠାଇ ଚାରିଲିଟର ପେଟ୍ରୋଲ କିଣିଥିଲେ । ଏବଂ ପଇସା ନଦେଇ ଓଲଟି ଦୋକାନମାଲିକକୁ ଏକ ଖଣ୍ଡା ସାହାର୍ଯ୍ୟରେ ଆକ୍ରମଣ କରି ତାଙ୍କ ଦୋକାନରୁ ପର୍ସ ସହିତ ୪୦୦୦ଟଙ୍କା ଲୁଟ କରିଥିଲେ । ପ୍ରତିବାଦ କରିବାରୁ ଦୋକାନିଙ୍କୁ ଖଣ୍ଡା ସାହାର୍ଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଫେରାର ମାରିଥିଲେ । ତରଭା ଥାନାରେ ଏତଲା ହେବାପରେ ଆଜି ଅଭିଯୁକ୍ତ ରଞ୍ଜିତ ତାଣ୍ଡି ଏବଂ ରାଜ ରତନ ଜଗଦଲା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ତରଭା ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ବ୍ୟବହୃତ ହୋଇଥିବା ମୋଟର ସାଇକେଲ,ଖଣ୍ଡା ,ମୋବାଇଲ ଏବଂ ୧୧୪୦ଟଙ୍କା ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ସୋନପୁର ଏସ୍ ଡି ପିଓ ପୁସ୍ପାଞ୍ଜଳୀ ନିଙ୍ଗି ।