March 7, 2026

ଖୋ ଖୋ ସବ ଜୁନିୟର ଚମ୍ପିୟାନ ଓଡ଼ିଶା ଟିମ୍ ର ସଦସ୍ୟ ଛାତ୍ର ରୋହନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

IMG-20260211-WA0045
Share

ତିର୍ତ୍ତୋଲ, ୧୧/୨/୨୬ ହରିଆନା କୁରୁକ୍ଷେତ୍ରରେ ଅନୁଷ୍ଠିତ ଜାତୀୟ ସ୍ତରର ସଵ୍ ଜୁନିୟର ଖୋ ଖୋ ଖେଳ ରେ ଓଡ଼ିଶା ଚମ୍ପିୟାନ ହୋଇଛି l ଏହି ଚମ୍ପିୟାନ ଟିମ ରେ ପ୍ରତିନିଧିତ୍ଵ କରିଥିବା ତିର୍ତ୍ତୋଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ଶ୍ରେଣୀ ଛାତ୍ର ପି ଆର ରୋହନ କୁରୁକ୍ଷେତ୍ର ରୁ ଘରକୁ ଫେରିଥିବାବେଳେ ଆଜି ଵିଦ୍ୟାଳୟ ତରଫ ରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କଟକ – ପାରାଦ୍ଵୀପ ରାସ୍ତାର ନେହେରୁ ପଡିଆ ବଜାର ଛକ ଠାରେ ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ଅରୁଣ କାନ୍ତ ସାମନ୍ତରାୟ ଓ କ୍ରୀଡା ଶିକ୍ଷକ ଭୁବନ ମୋହନ ଦାସ, ଗୁରୁଜୀ ଗୁରୁ ମା ମାନେ ରୋହନ ଙ୍କୁ ଫୁଲ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପରେ ରୋହନ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁ ମା ଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିର୍ତ୍ତୋଲ କଲେଜ ବଜାର ଓ ନେହେରୁ କଲୋନୀ ପରିକ୍ରମା କରି ବିଦ୍ୟାଳୟ କୁ ଆସିଥିଲେ l ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼ ବିଷ୍ଣୁପ୍ରିୟା ଦାସ ସିଲ ପ୍ରଦାନ କରି ସମ୍ମାନୀତ କରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ l ରୋହନ ଙ୍କ ମାତା ଚିନ୍ମୟୀ ଲେଙ୍କା, ପିତା ସାରଦା ପ୍ରସନ୍ନ ଲେଙ୍କା, ବଡ ବାପା ବରଦା ପ୍ରସନ୍ନ ଲେଙ୍କା, ବଡ ମାଆ ସୌଦାମିନୀ ଲେଙ୍କା , ଶିକ୍ଷୟିତ୍ରୀ ବିଭୂଷିତା ଦାସ, ପରିଚାଳନା କମିଟି କୋଷାଧ୍ୟକ୍ଷ ହୃଷୀକେଶ ପରିଜାଙ୍କ ସମେତ ଗୁରୁଜୀ ଗୁରୁ ମା ମାନେ ଉପସ୍ଥିତ ରହି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର