March 7, 2026

ଶ୍ରୀଜଗନ୍ନାଥଙ୍କ ସେବାରେ ଦେବଦାସୀ ପରମ୍ପରା ( ସ୍ତୁତିଗାନ ଆସର ) ଅନୁଷ୍ଠିତ

IMG-20260211-WA0042
Share

ଆଜି ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ଠାରେ ପୂର୍ଣ୍ଣଦାସ ଫାଉଣ୍ଡେସନ ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ” ଶ୍ରୀଜଗନ୍ନାଥଙ୍କ ସେବାରେ ଦେବଦାସୀ ପରମ୍ପରା ” ଶୀର୍ଷକ ଏକ “ସ୍ତୁତିଗାନ ଆସର ” ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କବି ତଥା ପ୍ରାବନ୍ଧିକ, ଲେଖକ ଓ ଗବେଷକ ପଣ୍ଡିତ ସଦାଶିବ ମିଶ୍ରଙ୍କୁ ମିଳିଛି ” ଅଲଭ୍ୟ ପୂର୍ଣ୍ଣବ୍ରହ୍ମ ସମ୍ମାନ – ୨୦୨୬’ ଏବଂ ସାହିତ୍ୟ ଓ ସାରସ୍ୱତ ସାଧନାରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ହରପ୍ରିୟା ସାହୁଙ୍କୁ ମିଳିଛି ଚଳିତ ବର୍ଷର ” ଶିଳାବ୍ରହ୍ମ ପୂର୍ଣ୍ଣବ୍ରହ୍ମ ସମ୍ମାନ – ୨୦୨୬ ” ଏଥିସହିତ ଜଗନ୍ନାଥଙ୍କର ଅନନ୍ୟ ସେବକ ଏବଂ ସମର୍ପିତ ସେବାପାଇଁ ରାଧାନାଥ ପ୍ରତିହାରୀଙ୍କୁ ମିଳିଛି ଚଳିତ ବର୍ଷର ” ଅଲଭ୍ୟ ସେବନିଧି ସମ୍ମାନ – ୨୦୨୬ ‘ l ସାହିତ୍ୟ, ସାରସ୍ୱତ ସାଧନା ଓ ସମର୍ପିତ ସେବା ସାଧନା ପାଇଁ ପୂର୍ଣ୍ଣଦାସ ଫାଉଣ୍ଡେସନ ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ୟୁଥ ହଷ୍ଟେଲ ପରିସରରେ ଏକ ମହାଡ଼ମ୍ବର ପରିବେଶରେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଆୟୋଜିତ ଆସରରେ ମୁଖ୍ୟ ଅତିଥିଭାବେ ରାଜକିଶୋର ସାହୁ, ସ୍ୱତନ୍ତ୍ର ଅତିଥିଭାବେ ବରିଷ୍ଠ ଦେବଦାସୀ ଗୁରୁ ରୂପଶ୍ରୀ ମହାପାତ୍ର, ମୁଖ୍ୟବକ୍ତା ଡ଼କ୍ଟର ଅଭିମନ୍ୟୁ ଭୂଇଁୟା, ସମ୍ମାନିତ ଅତିଥି ଶିକ୍ଷାବିତ ପ୍ରଦୀପ୍ତ ରାୟ, ଡ଼କ୍ଟର ଦିଲୀପ ସେନାପତି ଯୋଗଦାନ କରି ଆସରଟିକୁ ସଫଳ କରିଛନ୍ତି l ଶ୍ରୀମନ୍ଦିର ରେ ଶେଷ ଦେବଦାସୀ ଶଶୀମାଣି ଦେଇଙ୍କ ପରଲୋକ ଗମନ ପରେ ଏହି ଦେବଦାସୀ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି l ଏହି ସେବା କିଭଳି ଭାବେ ପ୍ରଚଳିତ ହେବ ଏହା ଉପରେ ଚିନ୍ତନ ପାଇଁ ଅତିଥିମାନେ ମତ ଦେଇଥିଲେ l ଅନୁଷ୍ଠାନ ର ସଭାପତି ତଥା ଅଧକ୍ଷ ଅଧିବକ୍ତା ପୂର୍ଣଚନ୍ଦ୍ର ଦାସ କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦନ କରିଥିଲେ ସୁସାହିତ୍ୟିକ ଶିବସୁନ୍ଦର ମିଶ୍ର l ଏହି କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କବି, ସଂଗଠକ, ମାନ୍ୟଗଣ ପ୍ରଚାରକ ଯୋଗଦେଇ ସଭାଟିକୁ ସରସ ସୁନ୍ଦର ଓ କମନୀୟ କରିଥିଲେ l ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କଲ୍ୟାଣୀ ନନ୍ଦୀ ଏବଂ ପରିଚାଳନା ରେ ସହଯୋଗ କରିଥିଲେ ଆଲୋକ, ମନୋରମ, ପ୍ରଶାନ୍ତ ଓ କ୍ରିଷ୍ନା ଙ୍କ ସହିତ ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା ବୃନ୍ଦ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ