March 10, 2026

ଡାକସେବକ ଭବେଶ କୁମାର ନନ୍ଦୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା..

IMG-20260211-WA0032
Share

ତିର୍ତ୍ତୋଲ – ତା 11/2/2026 ଝଙ୍କଡ଼ ସାରଳାପୀଠ, କନକପୁର ଉପଡାକ ଘର ରେ ଦୀର୍ଘ 49 ବର୍ଷଧରି, ନିରବଛିନ୍ନ ଭାବରେ, ଗ୍ରାମୀଣ ଡାକ ସେବକ ପ୍ୟାକର ଭାବେ କାର୍ଯ୍ୟକରି ଆସିଥିବା ଭବେଶ କୁମାର ନନ୍ଦୀ ଙ୍କୁ ଗତ ବୁଧବାରଦିନ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l କନକପୁର ଉପଡାକଘର ଡାକସହାୟକ ସତ୍ୟଜିତ ସାହୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କନକପୁର ପୋଷ୍ଟମାଷ୍ଟର ତ୍ରିଲୋଚନ ପ୍ରଧାନ ସଭାପତିତ୍ବ କରିଥିବାବେଳେ ସହକାରୀ ଡାକଅଧିକ୍ଷକ ପରମାନନ୍ଦ ସାହୁ ମୁଖ୍ୟଅତିଥି ଓ ଗୋବିନ୍ଦପୁର ଶାଖା ଡାକପାଳ ଅଜୟ କୁମାର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେବା ସହିତ ସ୍ୱରଚିତ ବିଦାୟୀସଙ୍ଗୀତ ଗାନ କରିଥିଲେ l ସମ୍ମାନୀତ ଅତିଥିଭାବେ କୁଜଙ୍ଗ ଡାକନିରୀକ୍ଷକ ମଧୁସ୍ମିତା ମଲ୍ଲ, ଉନ୍ନୟନଅଧିକାରୀ ପି ଏଲ ଆଇ ହୃଷିକେଶ ବେହେରା, କୁଜଙ୍ଗ ଓଭରସିୟର ବିଳାସ କୁମାର ନନ୍ଦ ଓ ଗୁରୁପଦ ଗିରି ମଞ୍ଚମଣ୍ଡନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କନକପୁର ଉପଡାକଘର ଅଧିନରେ ଥିବା ପ୍ରସନ୍ନ କୁମାର ପ୍ରଧାନ, ନିଶିଥ ରଞ୍ଜନ ବାରିକ, ବିଶ୍ୱବନ୍ଦୀତା ନାଥଶର୍ମା, ଆରାଧନା ପତି, ସସ୍ମିତା ସାହୁ, ହରପ୍ରିୟା ଲେଙ୍କା, ବିଜୟ କୁମାର ବାରିକ, ଜ୍ୟୋତିରଞ୍ଜନ ହୋତା, ନିକୁଞ୍ଜ କିଶୋର ଦାସ, ପ୍ରମୋଦ କୁମାର ବ୍ରହ୍ମ ଓ ଜମେଶ ଚନ୍ଦ୍ର ସାହୁ ପ୍ରମ୍ମୁଖ ଗ୍ରାମୀଣ ଡାକସହାୟକ ମାନେ ଯୋଗଦେଇ, ବିଦାୟୀ ଭବେଶ ନନ୍ଦୀ ଙ୍କ ନିରନ୍ତର ଡାକସେବା, ଆମ ସମସ୍ତଙ୍କପାଇଁ ପ୍ରେରଣା ର ଉତ୍ସ ହୋଇରହିବ ବୋଲି ସ୍ମୃତିଚାରଣ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର