March 11, 2026

ଗିର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ କେତୋଟି ଗ୍ରାମକୁ ନେଇ କୋଟପାଡ଼ ପୌରାଞ୍ଚଳ ଗଠନ କୁ ବିରୋଧ ସମ୍ବନ୍ଧେ ଜ଼ିଲ୍ଲାପାଳ ଓ ସରପଞ୍ଚ ଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

IMG-20260211-WA0031
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଗ୍ରାମାଞ୍ଚଳ ର କେତକ ଗ୍ରାମକୁ ନେଇ ପୌରାଞ୍ଚଳ ଗଠନ କରିବା ପାଇଁ କିଛି ଦିନ ହେବ ପଲ୍ଲୀ ମାନଙ୍କ ରେ ସଭା ଜାରି ରହିଛି.କିନ୍ତୁ ଏହାକୁ ବିରୋଧ କରି ଗିର୍ଲା ପଞ୍ଚାୟତ ର ନୂଆଗଡ଼. ଆମ୍ବଡ଼ାମୁଣ୍ଡା ସିନ୍ଧିଭଟାଗୁଡା ଏବଂ ବେଣ୍ଟା ଗୁଡ଼ାର ଗ୍ରାମ ବାସି ମାନେ ଏହି ପୌରାଞ୍ଚଳ ଗଠନ ରେ ଏହି ଗ୍ରାମ ଗୁଡିକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ସରପଞ୍ଚ ଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କିରିଥିବାର ବେଳେ ମଙ୍ଗଳ ବାର ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା ଜଣାଯାଇଛି I କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ତିନି ବର୍ଷ ରୁ ଅଧିକ ଦିନ ହେବ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା. ଟେଣ୍ଡେର ରେ ଅନୀୟମିତତା.ଜାଗା ମିଶନ ଓ ଆବାସ ଘର ବଣ୍ଟନ ରେ ଅନୀୟମିତତା.ଇତ୍ୟାଦି ସମେତ ଭେଣ୍ଡିଙ୍ଗ ଜୋନ ର ସୁବିଧା ନ ଥିବାରୁ ପରିବା ବିକାଳି ଏବଂ ବ୍ୟବସାୟୀ ଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି. ଦମୟନ୍ତୀ ସାଗର କୁ ତ କର ନାଳ କରି ସାରିଲେଣି.ଜାତୀୟ ରାଜ ପଥ କଡ଼ ସହର ର ବୃହତ୍ତମ ପୋଖରି ଦେୱାନ ମୁଣ୍ଡାରେ ପଙ୍କ ଉଦ୍ଧାର ନାମ ରେ କୋଟାଧିକ ଟଙ୍କା ଖର୍ଚ୍ଚ.ହୋଇ ସାରି ଲାଣି କେବଳ ଭୋଟର ଙ୍କୁ ଭୁଆଁ ବୁଲେଇ ଭୋଟ ନେଇ ଆଲ ପାର୍ଟି ଗୋଟିଏ ମଞ୍ଚ ରେ ମୋଉଜମଜଲିସ କରି ସହର ରେ ଦ୍ରୁତ ଗତିରେ ଦୁର୍ନୀତି ଚଲେଇ କେବଳ ଫ୍ଲେକ୍ସ ବୋର୍ଡ ରେ ଫୋଟ ଲଗେଇ ପ୍ରଚାର ପ୍ରସାର କରି ଚାଲିଛନ୍ତି କ୍ରାଇମ ବ୍ରାଞ୍ଚ ତଦନ୍ତ ହେଲେ ଦୁର୍ନୀତି ରେ କୋଟପାଡ଼ ଏନଏସି ଓଡିଶା ରେ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିବ ତେଣୁ ଗ୍ରାମାଞ୍ଚଳ ରେ ସରକାରଙ୍କ ସମସ୍ତ ଯୋଜନା ହାତପାହାନ୍ତା ରେ ପାଉଛୁ ସେ ଗୁଡିକ ରୁ ଆମକୁ ବଞ୍ଚିତ କରା ନ ଯାଉ ବୋଲି ଅଞ୍ଚଳ ବାସି ଗଣ ମାଧ୍ୟମ କୁ ସୂଚନା ଦେଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର