March 11, 2026

ଝୋରଡ଼ି ଆଶ୍ରମ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ

IMG-20260211-WA0018
Share

କୋଲନରା:(ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ହୋଇଯାଇଅଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି କଲ୍ୟାଣ ବିଭାଗ ରଶିକ୍ଷା ମଣ୍ଡଳାଧିଶଶ୍ୟାମ ଘନ ଭୁଂୟ।,ମୁଖ୍ୟ ଭକ୍ତା ଏବି ଇ ଓ ପିତୃଦେବ ବିଡ଼ିକା ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିନ୍ତାମଣି ପିର୍ବକ।,ସିଆରସିସିଶିବ ବେହେରା, ଅବସର ପ୍ରାପ୍ତ ଶିକ୍ଷକ କେ ଭୀମ ରାଜୁ, ଅର୍ଜୁନ ନିମାଲ।,ଗ୍ରାମ ମୁଖ୍ୟ କୋମଳ ପୁଆଲ।,ୱାର୍ଡ ମେମ୍ବର ମନ୍ମଥ କାଡ୍ର।କା ସମେତ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର କୁ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିବା ପରେ ଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଧାନ ଶିକ୍ଷକ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ଛାତ୍ର ଛାତ୍ରୀ ମାନେ ନିଜ ନିଜର ଲକ୍ଷ ସାଧନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ବୋଲି ମୁଖ୍ୟ ଅତିଥି ଭୁଂୟ। ପରାମର୍ଶ ଦେଇଥିଲେ।ମାନସିକ, ଶାରୀରିକ, ଶିକ୍ଷା ର ବିକାଶ, ମୌକିକ ବିକାଶ, ହେବ ବୋଲି ଉପସ୍ଥିତ ଅତିଥି ମାନେ ବୁଝେଇ ଥିଲେ।ଏହି ଅବସରରେ ବାର୍ଷିକ କ୍ରୀଡ଼ା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଲାଚାନା କଣ୍ଡାଗରୀ,ଶିକ୍ଷକ ଯୋଗେନ୍ଦ୍ର ଶବର,ଲକ୍ଷଣ ଶବର, ପ୍ରକାଶ ହିଆଲ,କରୁଣା କର ଗରଡ଼ିଆ,ଏ ଏନ ଏମ୍ କେ ସିବାନି,ହେମାଲତା ବାଗସେଠୀ ଏବଂ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ତପସ୍ୱୀନି ଦାସ ମଞ୍ଚ ପରିଚାଳନା କରିଥିଲେ।