ସାରଦା ଏକାଡେମୀ 1993 ବ୍ୟାଚ ର ସହପାଠୀ ମିଳନ
ତିର୍ତ୍ତୋଲ ତା 11/2/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ସାରଳା ପର୍ଶୁରାମ ସ୍ମୃତିପୀଠ, ପାର୍ଶ୍ଵସ୍ଥ ସାରଦା ଏକାଡେମୀ 1993 ବ୍ୟାଚ ର ଏକ ସହପାଠୀ ମିଳନ ଉତ୍ସବ ଗତ ରବିବାର ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବୟାଅସି ଜଣ ପୁରାତନ ବିଦ୍ୟାର୍ଥୀ ଓ ସେମାନଙ୍କର ପରିବାର ବର୍ଗ ଙ୍କୁ ଏହି ନେଇ ଏହି ମିଳନଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା l ସର୍ବପ୍ରଥମେ ବିଦ୍ୟାଳୟପରିସରରେ ସ୍ଥାପିତ ଗଣେଶ ଓ ସରସ୍ବତୀ ମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ମଞ୍ଚଉପରେ ଦିବଂଗତ ଶିକ୍ଷକଶିକ୍ଷୟତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l ତେବେ ସଭାମଣ୍ଡପ ରେ ପ୍ରାକ୍ତନ ଚତୁର୍ଥଶ୍ରେଣୀ କର୍ମଚାରୀ ସୁଦାମ ଚରଣ ମଲ୍ଲିକ, ଅନନ୍ତ ଚରଣ ସାମଲ ଓ ବିଭୁନ୍ଦେନ୍ଦୁ ନନ୍ଦ ଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ, ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ମୃତିରେ ସାରଦା ଏକାଡେମୀ ପ୍ରସଙ୍ଗ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ରଛାତ୍ରୀ ମାନେ ନିଜନିଜର ଅନୁଭବ ଓ ଅନୁଭୂତି କଥାକହିଲାବେଳେ, ଭାବବିହ୍ୱଳ ହୋଇଉଠିଥିଲେ l ଏହି ଅବସରରେ କେତେକ କୌତୁହଳପୂର୍ଣ୍ଣ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ନାଚଗୀତର ଆସର ଭିତରେ ପରସ୍ପର ମଧ୍ୟରେ ଭାବବିନିମୟ ହୋଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସର୍ବେଶ୍ୱର ଭଟ୍ଟ ସଂଯୋଜନା କରିଥିବାବେଳେ, ନରେଶ ବ୍ରହ୍ମ, ରୂପକ ସିଂହ, ସନ୍ଦୀପ ଦାସ, ରୂପକ ଦାସ, ଚିତ୍ତରଞ୍ଜନ ଦାସ, ଶକ୍ତିକଲ୍ୟାଣୀ ମହାନ୍ତି, ତୃପ୍ତିରାଣୀ ମହାନ୍ତି, ସମାପ୍ତିକା ଦାସ, ସ୍ୱରୂପା ମହାନ୍ତି, ନିକୁଞ୍ଜ ଖୁଣ୍ଟିଆ, ସାଇଶେଖର ମହାନ୍ତି, ଜିତେନ୍ଦ୍ର ଲେଙ୍କା, ପ୍ରକାଶ ଚନ୍ଦ୍ର ଦାସ, ଘନଶ୍ୟାମ ନାୟକ, ଜ୍ଞ୍ୟାନଦା ଲେଙ୍କା, ସରୋଜ ମିଶ୍ର ଓ ଶିବେନ୍ଦ୍ର ଖୁଣ୍ଟିଆ ଙ୍କ ସମେତ ସମସ୍ତ ପ୍ରାକ୍ତନ ବିଦ୍ୟାର୍ଥୀ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ମଞ୍ଚରେ ସର୍ବପ୍ରଥମେ ଝଙ୍କଡ଼ ସାରଳା ବେଦବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ବେଦମନ୍ତ୍ର ଧ୍ଵନି ବିଦ୍ୟାଳୟପରିସରରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
