March 10, 2026

ଜିଲ୍ଲାସ୍ତରୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ

IMG-20260210-WA0032
Share

 

 

 

 

କୋରାପୁଟ,୧୦।୨ : ଆଜି ଜାତୀୟ କୃମି ନାଶକ ଦିବସ। ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ କୃମି ନାଶକ ଔଷଧ ଦିଆଯିବ।ଅଣପଞ୍ଜୀକୃତ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନେ ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାମାନେ (ଗର୍ଭାବତୀ ଓ ପ୍ରସୂତି ବ୍ୟତିତ) ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଇବେ।ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କୃମିନାଶକ ଖାଇବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର, ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳ ମାଧବ ଶତପଥି ,ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାରେ ସ୍କୁଲ ସଂଖ୍ୟା ୨୩୪୯ ରହିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ୩୩୩୯ ରହିଛି।୧ ରୁ ୫ ବର୍ଷ ପିଲା ସଂଖ୍ୟା ୧୪୮୯୫୪ ରହିଥିବା ବେଳେ ୬ରୁ ୧୯ବର୍ଷ ପିଲା ସଂଖ୍ୟା ୩୯୩୯୦୦ ଏବଂ ୨୦ ରୁ ୨୪ ବର୍ଷ ବୟସର ପ୍ରଜନନ କ୍ଷମ ମହିଳାଙ୍କ ସଂଖ୍ୟା ୫୮୮୮୭ ରହିଛି। କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର