April 19, 2025

ମହର୍ଷି ଦିୟାନନ୍ଦ ସରସ୍ୱତୀ ଜୀଙ୍କର 200 ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଜନ୍ମସ୍ଥାନ ଗୁଜୁରାଟର ଟାଙ୍କାରାଠାରେ ଏକ ବିଶାଳ ଉତ୍ସବ ଆୟୋଜିତ ହୋଇଛି

Share

ମହର୍ଷି ଦିୟାନନ୍ଦ ସରସ୍ୱତୀ ଜୀଙ୍କର 200 ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଜନ୍ମସ୍ଥାନ ଗୁଜୁରାଟର ଟାଙ୍କାରାଠାରେ ଏକ ବିଶାଳ ଉତ୍ସବ ଆୟୋଜିତ ହୋଇଛି। ମହର୍ଷି ଦିୟାନନ୍ଦ ସରସ୍ୱତୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରସିଦ୍ଧ ବାଲୁକା କଳାକାର ମାନସ କୁମାର ସାହୁଙ୍କ ଦ୍ୱାରା ଏକ ଚମତ୍କାର ବାଲୁକା କଳା ଅତି ସୁନ୍ଦରତାର ସହ ତିଆରି କରାଯାଇଛି। ଏହି ଉଲ୍ଲେଖନୀୟ ବାଲୁକା କଳା 20 ଫୁଟ ଉଚତା ଏବଂ , 20 ଟନ୍ ବାଲି ଉପଯୋଗ କରାଯାଇଛି ଏବଂ ବାଲୁକା କଳା କୁ ନିର୍ମାଣ କରିବାକୁ
ମାନସ ସାହୁ ଙ୍କୁ 18 ଘଣ୍ଟା ସମୟ ଲାଗିଥିଲା | ଏହି କଳାର ସାକ୍ଷୀ ତଥା ପ୍ରଶଂସା କରିବାକୁ ଏକ ବିରାଟ ତଥା ପ୍ରଶଂସନୀୟ ଜନତା ଏକତ୍ରିତ ହୋଇଛନ୍ତି |
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)