March 7, 2026

ନରସିଂହ ୟୁଥ ଆସୋସିଏସନ ର କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ଖେଳ ବାଜି ମାରିନେଲା ଉଗ୍ରତାରା ଟିମ ….

12233456
Share

ଆଜି ପୁରୀ ସହର ଗୁଣ୍ଡିଚା ବିହାର ପରିସରରେ ଚାଲିଥିବା ନରସିଂହ ୟୁଥ ଆସୋସିଏସନ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ବାଜି ମରିନେଲା ଉଗ୍ରତାରା ଟିମ l ଆଜିର ଏହି ଫାଇନାଲ ମ୍ୟାଚ ଉର୍ତ୍ସବରେ ଅନୁଷ୍ଠାନ ର ଅଧକ୍ଷ ପ୍ରଦୀପ୍ତ କୁମାର ନାୟକଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ସୁନୀଲ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ସୁମନ୍ତ କୁମାର ସାହୁ, ସୁକାନ୍ତ କୁମାର ସାହୁ, ବିଭୁତି ଭୂଷଣ ସେଠି, ଅମ୍ବିକା ପ୍ରସାଦ ଦାସ, କେ ଦୁଆର ମାର୍କ, ଦେବରାଜ ସାହୁ, ସବ୍ୟସାଚୀ ମହାପାତ୍ର, ନାରାୟଣ ପଟ୍ଟନାୟକ, ଭକ୍ତ ଚରଣ ଦାସ, କେ ବି ପାରଳୁ ପ୍ରସାଦ, ପ୍ରୀତମ ଜଗଦେବ, ଏନ ବଳରାମ ରେଡି, ବିଜୁ ଜନତା ଦଳ ର ସଭାପତି ଶ୍ରୀପ୍ରକାଶ ମିଶ୍ର, ଅମର୍ଜିତ ମିଶ୍ରଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଦୁଇ ଟିମର ଖେଳାଳି ମାନଙ୍କ ସହିତ କରମର୍ଦନ କରି ଫାଇନାଲ ମ୍ୟାଚର ଶୁଭ ଉଦଘାଟନ କରିଥିଲେ l ଏହି ଫାଇନାଲ ମ୍ୟାଚ ଉଗ୍ରତାରା କ୍ରିଜେଟ ଟିମ ଓ ଇଉନିକ ଷ୍ଟାର କ୍ରିକେଟ ଟିମ ମଧ୍ୟରେ ଖେଳା ଯାଇଥିଲା l ଏହି ଫାଇନାଲ ମ୍ୟାଚ ଜିତିନେଇଥିଲା ଉଗ୍ରତାରା କ୍ରିକେଟ ଟିମ l ମଞ୍ଚାସିନ ଅତିଥିମାନେ ଉଗ୍ରତାରା ଟିମକୁ ଫାଇନାଲ ମ୍ୟାଚ ଜିତିବାର ମୁକୁଟ ପିନ୍ଧାଇଁବା ସହିତ କୋଡିଏ ହଜାର ଟଙ୍କା ଏବଂ ରନର୍ସ ଅପ ଇଉନିକ ଷ୍ଟାର ଟିମ କୁ ରନର୍ସ ଅପ କପ ସହିତ ପନ୍ଦର ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ l ଏହି ଟୁର୍ନାମେଣ୍ଟ ର ଶ୍ରେୟ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ନରସିଂହ ୟୁଥ ଆସୋସିଏସନ ର ଅଧକ୍ଷ ପ୍ରଦୀପ୍ତ କୁମାର ନାୟକ ଓରଫ ପିକ ଭାଇକୁ ଦେବା ସହିତ ନରସିଂହ ୟୁଥ ଆସୋସିଏସନ ଆଗକୁ ଏହିଭଳି କାର୍ଯ୍ୟକ୍ରମ ଜାରିରଖୁ ବୋଲି ସାଧାରଣ ଜନତା ଆଶୀର୍ବାଦ ପ୍ରଦାନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)