November 25, 2024
Share

➡️୧-ଅବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବାକୁ ଆସନ୍ତା ମଙ୍ଗଳବାର ଠାରୁ ଦୁଇଦିନିଆ ୟୁଏଇ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ l

➡️୨-ବଢ଼ିଲା ମଧୁବାବୁ ପେନସନ ଟଙ୍କା । ଏଣିକି ୫୦୦ ନୁହେଁ ବୟସ୍କଙ୍କୁ ମିଳିବ ୧୦୦୦ ଟଙ୍କା l ଚଳିତ ଫେବୃଆରି ୨୦ ରୁ ୨୫ ଭିତରେ ଏହି ବର୍ଦ୍ଧିତ ଟଙ୍କା ପ୍ରଦାନ କରାଯିବ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l

➡️୩-ଆସନ୍ତା ୧୬ତାରିଖରେ ଜଗତସିଂହପୁର ଜିଲ୍ଲାର ବିବାଦୀୟ ପସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସଭାସ୍ଥଳକୁ ଯିବେ ୩୦ହଜାର ବିଜେଡି କର୍ମୀ l

➡️୪-ଏଣିକି ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଏକ ଲେଖା l

➡️୫-ଛାତିରେ ଯନ୍ତ୍ରଣା ପରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତି ହେଲେ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତୀ । ମିଥୁନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରୁଟିନ ଚେକଅପ ପାଇଁ ଆଡମିଟ କରାଯାଇଛି ।

➡️୬-ରାଜ୍ୟ ସରକାର ୯ମ, ୧୦ମ ଓ ୧୧ତମ ଓଡ଼ିଶା ରାଜ୍ୟ ଟେଲି ପୁରସ୍କାର ନିମନ୍ତେ ଆବେଦନ ସମୟସୀମାକୁ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ କଲେ ବୃଦ୍ଧି l ଏ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ culture.odisha.gov.in ୱେବସାଇଟରେ ଉବଲବ୍ଧ ଅଛି।

➡️୭-ଶେଷ ଯାତ୍ରାରେ ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ l ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ହେବ ଶେଷକୃତ୍ୟ ।

➡️୮-ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଦେଶବ୍ୟାପୀ ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ କରାଗଲା ଚୟନ l ଓଡିଶାରୁ ଅଛନ୍ତି ୧୨୧ ଛାତ୍ରଛାତ୍ରୀ l ଏହି ଶିକ୍ଷାବୃତ୍ତିରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ l

➡️୯-ଦୁର୍ନୀତି ମାମଲାରେ ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଭିଜିଲାନ୍ସ ଜବତ କରିଥିଲା ୪.୨୭ ଲକ୍ଷ ଟଙ୍କା l

➡️୧୦-ସାଇବର ଅପରାଧର ଶିକାର ହେଲେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଘଟମନେନି l ଜଣେ ଅଜ୍ଞାତ ବ୍ୟକ୍ତି ଇନଷ୍ଟାଗ୍ରାମରେ ସୀତାରାଙ୍କ ଏକ ନକଲି ଆକାଉଣ୍ଟ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ନାମରେ ଲୋକଙ୍କୁ ଟଙ୍କା ମାଗିବା ସହ ଏକ ଲିଙ୍କ ପଠାଉଛନ୍ତି, ଯେଉଁଥିରେ ଟଙ୍କା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ।

➡️୧୧-ଏଣିକି ଓଡ଼ିଶାରେ ହେବ ମେଗା ବିଦ୍ୟୁତ୍‌ ଯାନ (ଇଭି) କାରଖାନା। ଦେଶର ପ୍ରମୁଖ ଶିଳ୍ପଗୋଷ୍ଠୀ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହିତ ରାଜ୍ୟ ସରକାର ବୁଝାମଣାପତ୍ର (ଏମ୍‌ଓୟୁ) କଲେ ସ୍ବାକ୍ଷର l କଟକରେ ହେବ ଇଭି କାରଖାନା, ପାରାଦୀପରେ ହେବ ବ୍ୟାଟେରି ନିର୍ମାଣ l

➡️୧୨-୮.୨୫%କୁ ବଢିଲା ଇପିଏଫ୍‌ ସୁଧ, ୨୩୫ତମ ସିବିଟି ବୈଠକରେ ନିଷ୍ପତ୍ତି l ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଜମାରାଶି ଉପରେ ୮.୨୫ ପ୍ରତିଶତ ସୁଧ ମିଳିବ l

➡️୧୩-ଏଣିକି ବ୍ରାଜିଲ କମ୍ପାନି ଏମ୍ବାଏର ସହଯୋଗରେ ଅଟୋମୋବାଇଲ କମ୍ପାନି ମହିନ୍ଦ୍ରା ଭାରତରେ ନିର୍ମାଣ କରିବ ବିମାନ । ଉଭୟ କମ୍ପାନି ସି-୩୯୦ ମିଲେନିୟମ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଚୁକ୍ତି କରିଛନ୍ତି।

➡️୧୪-ଶେଷହେଲା ସପ୍ତଦଶ ଲୋକସଭା ଅଧିବେଶନ, ୭ଟି ଅଧିବେଶନରେ ଲୋକସଭାର ଉତ୍ପାଦକତା ଶତ ପ୍ରତିଶତରୁ ଅଧିକ ଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ l

➡️୧୫-ପାକିସ୍ତାନ ନିର୍ବାଚନ : ନଓ୍ବାଜ୍ ସରିଫ ଓ ମରିୟମ ନଓ୍ବାଜଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ କଲା (ତେହରିକ-ଏ-ଇନସାଫ) ପିଟିଆଇ l ନିର୍ବାଚନରେ ଜାଲିଆତି କରି ଉଭୟ ବିଜୟ ହାସଲ କରିଛନ୍ତି ବୋଲି ପିଟିଆଇ କଲା ଅଭିଯୋଗ l

➡️୧୬-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଜମ୍ମୁ-କଶ୍ମୀରର ୧୫ଟି ସ୍ଥାନରେ କଲା ଚଢ଼ାଉ l

➡️୧୭-ଇତିହାସ ରଚିଲା ବିଶ୍ୱର ଅଗ୍ରଣୀ ଟେକ କମ୍ପାନୀ ମାଇକ୍ରୋସଫ୍ଟ l ଆପଲକୁ ପଛରେ ପକାଇ ଛୁଇଁଲା ୩.୧୨୫ ଟ୍ରିଲିୟନ ଡଲାର କ୍ୟାପ ଲେବୁଲ l ଯାହା ଏପର୍ଯ୍ୟନ୍ତ କୌଣସି କମ୍ପାନୀ ପାଇଁ ସର୍ବୋଚ୍ଚ ଅଟେ l

➡️୧୮-ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ-୨୦୨୪ର ଫାଇନାଲ ମ୍ୟାଚ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଭାରତ ରେକର୍ଡ ୬ଷ୍ଠ ଥର ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି।

➡️୧୯-ଆସନ୍ତାକାଲିଠାରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରୋ-ଲିଗ୍‌ ମହିଳା ବର୍ଗର ମ୍ୟାଚ୍‌ ହେବ ଆରମ୍ଭ । ଉଦ୍‌ଘାଟନୀ ଦିନର ପ୍ରଥମ ମ୍ୟାଚ୍‌ ୟୁଏସ୍‌ଏ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯିବ। ଭାରତ ତା’ର ଅଭିଯାନ ୧୨ ତାରିଖରୁ ଚୀନ ବିପକ୍ଷରେ ଆରମ୍ଭ କରିବ।

➡️୨୦-ଏଣିକି କ୍ରିକେଟ ଛାଡି ଯୁବରାଜ ସିଂହ ରାଜନୀତିରେ କରିବେ ଡେବ୍ୟୁ, ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଗୁରଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିପାରନ୍ତି।

➡️୨୧-ଇଂଲଣ୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା । ବ୍ୟକ୍ତିଗତ କାରଣ ପାଇଁ ଖେଳିବେନି ବିରାଟ କୋହଲୀ, ଦଳକୁ ଫେରିଲେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା l