ଉମରକୋଟ ଅନ୍ତର୍ଗତ ବେହେଡା ଛକ ଠାରେ ରାସ୍ତା ରୋକ….
ଆଜି ତା:11:01:2024 ଗୁରୁବାର ନବରଙ୍ଗପୁର ଠାରୁ ରାଇଘର,ହାଟଭରଣ୍ଡି ହୋଇ ପଡୋଶୀ ରାଜ୍ୟ ଛତିଶଗଡ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଦିନକୁ ଦିନ ଅତି ଦୟନିଅ ଅବସ୍ତା ହୋଇ ପଡୁଥିବା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତାନରେ ସଡକ ଦୁର୍ଘଟଣା ମାନ ବଢି ଚାଲିଥିବା ହେତୁ ଉମରକୋଟ bjp ତରଫରୁ ବେହେଡା ଛକ ଠାରେ ଦିନ 10:00 ଘଣ୍ଟିକା ଠାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଥିଲା ବହୁ ଦିନଧରି 45 କୋଟି ଟଙ୍କା ରେ ଏହି ରାସ୍ତା ପାଇଁ ଟେଣ୍ଡର ହୋଇ ସାରିଥିଲେ ମଧ୍ୟ ରାସ୍ତା କାମ ଆରମ୍ଭ ହେଉନାହିଁ ଦୀର୍ଘ ସମୟ ରାସ୍ତା ରୋକ କରି ବସିବା ପରେ ଉମରକୋଟ PWD,JE ଓ SDO ଧାରଣା ସ୍ତାନରେ ପହଞ୍ଚି ନିର୍ମାଣ କଣ୍ଟ୍ରାକ୍ଟର ଙ୍କ ସହ କଥାବାର୍ତ୍ତା ହୋଇ 15 ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ କରିବା କଥା ଦେଇ ଥିବାରୁ bjpର ନେତା,କାର୍ଯ୍ୟକର୍ତା ଧାରଣା ରୁ ଅହରିଥିଲେ ।ଯଦି କାମ 15 ଦିନ ମଧ୍ୟରେ ଆରମ୍ଭ ନହୁଏ ଆଗାମୀ ଦିନରେ ଏହି ରାସ୍ତାରକ୍ ଆହୁରି ତିବ୍ର ରୁ ତିବ୍ରତର କରାଯିବ ।ଏହି ଆନ୍ଦୋଳନ ରେ ସାମିଲ ଥିଲେ ସ୍ତାନୀୟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ସମ୍ପାଦକ ରାମ ନାୟକ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ବେହେଡା ମଣ୍ଡଳ ସଭାପତି ଧନୁର୍ଯୟ ପରଜା,ବୁର୍ଜା ମଣ୍ଡଳ ସଭାପତି ଭୋଜନାଥ ଗଣ୍ଡ,ହର ପ୍ରସାଦ ପାଣିଗ୍ରାହୀ,ଜିଲ୍ଲା ଯୁବମେର୍ଚା ଉପ ସଭାପତି ସତ୍ୟ ବେହେରା,ମିଲୁା ପଣ୍ଡା ବାବୁ ଶର୍ମା,ସନ୍ତୋଷ ନାୟକ,ଯୁବ ମୋର୍ଚା ସଭାପତି ବାଦଲ ପଟ୍ଟନାୟକ,ରମେଶ ଦାସ,ଦୁକାଲୁ ମେହର,ରାମ ଗଣ୍ଡ,ଦିନେଶ ବିଶ୍ବାସ ସହ ବେହେଡା ମଣ୍ଡଳ ର ବହୁ ଲୋକ ଏଥିରେ ସହଯୋଗ କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)