March 10, 2026

ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଓଜାର ୬ଷ୍ଠ ବାର୍ଷିକ ଉତ୍ସବ ଓ ପାଠକ ପର୍ବ ଅନୁଷ୍ଠିତ 

IMG-20251210-WA0179
Share

ଜଗତସିଂହପୁର-୯/୧୨-ଓଡିଶା ସାମ୍ବାଦିକ ସଂଗଠନ, ଜଗତସିଂହପୁର ଜିଲ୍ଲା ଶାଖାର ଷଷ୍ଠ ବାର୍ଷିକ ଉତ୍ସବ ଓ ପାଠକ ପର୍ବ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଶ୍ରୀ ବୀରବର ଦଳେଇ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ମୁଖ୍ୟ ଅତିଥି,ବିଜୁ ମେମୋରିଆଲ ହସପିଟାଲର ଡାକ୍ତର ବସନ୍ତ ରାଉତ, ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ଉପେନ୍ଦ୍ର ଗୁରୁ ସମ୍ମାନୀତ ଅତିଥି,ତରଡାପଡା ଆଇଟିଆଇ ର ନିର୍ଦେଶକ ରଶ୍ମୀ ରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କୁନି ଝିଅ ଡି ଶ୍ରେୟାସିଂ ସଭା ପ୍ରାରମ୍ଭରେ ବେଦ ପାଠ କରିଥିଲେ। ସଂଗଠନର ସଂପାଦକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶା ଭାସ୍କରର ସାମ୍ବାଦିକ ନଳୀନକାନ୍ତ ମଲ୍ଲିକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ବାଗଦେବୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ଅଧ୍ୟାପକ ସୁବାସ ଚନ୍ଦ୍ର ବେହୁରା,ବରିଷ୍ଠ ସାମ୍ବାଦିକ ନୃସିଂହ ବାରିକ,ଅମରେଶ୍ବର ଦାସ, ଉପେନ୍ଦ୍ର ଗୁରୁ,ଡାକ୍ତର‌ ବସନ୍ତ ରାଉତ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,କୁନି ପ୍ରତିଭା ଡି ଶ୍ରେୟାସିଂ ଙ୍କୁ ମଧ୍ୟ ବାଗଦେବୀ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଥିଲା ‌। ସାମ୍ବାଦିକ ବେଣୁଧର ନାୟକ, ସରୋଜ ନାୟକ,ମଳୟ ପାଣି, ରଞ୍ଜିତ ମଲ୍ଲିକ, ସାରଦା ପ୍ରସନ୍ନ ପରିଜା,ପ୍ରଭୁ ମହାନ୍ତି,ଗୈ।ରାଙ୍ଗ ସ୍ବାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।