June 16, 2026

ବୁଗୁଡ଼ା ଅଞ୍ଚଳରେ ଘନଘନ ଚୋରି ଅଭିଯୋଗ , ପ୍ରଶ୍ନ ଘେରରେ ପୋଲିସର ପାରିବା ପଣିଆ 

IMG-20251210-WA0180
Share

 

ବୁଗୁଡ଼ା : ତା ୧୦/୧୨/୨୫ : ବୁଗୁଡ଼ା ଥାନା ଅଞ୍ଚଳରେ ଚୋରଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଥିବା ବେଳେ ଲୋକଙ୍କ ମଧ୍ୟରେ ଚୋରି ଭୟ ଘାରିଥିବା ଜଣାଯାଇଛି। ପ୍ରକାଶ ଯେ, ଗତ ମଙ୍ଗଳବାର ରାତିରେ ବାଲିପଦର ଫାଣ୍ଡି ଅନ୍ତର୍ଗତ ପଙ୍କଜପଲ୍ଲୀ ଗାଁ ନିକଟସ୍ଥ ବଡ଼ପଦାଠାରେ ଥିବା ନିଳାଞ୍ଚଳ ମହାନ୍ତିଙ୍କ ଗ୍ଯାରେଜରୁ ଚୋରି ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଚୋର ଗ୍ଯାରେଜ୍ ତାଲା ଭାଙ୍ଗି ସେଠାରୁ ଏକ ହ୍ଯାଣ୍ଡ୍ ଡ୍ରିଲ୍ ମେସିନ, ଟଙ୍କା ଏବଂ ପୋଷାକପତ୍ର ନେଇଯାଇଛି। ଅନ୍ୟପକ୍ଷରେ ଏକଡାଳ ଗ୍ରାମର ରାମେଶ୍ଵର ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଝୋଲରୀ ଗାଁ ଛକରେ ଥିବା ମହେନ୍ଦ୍ର କୁମାର ପୋଲେଇଙ୍କ ସିମେଣ୍ଟ ଦୋକାନ, ଅମୁଲ୍ଯ ବିଷୋୟୀଙ୍କ ଓ୍ବେଲଡିଙ୍ଗ୍ ଦୋକାନ, ବସନ୍ତ କୁମାର ସ୍ବାଇଁଙ୍କ ଜନସେବା କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଗୁଡା ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ କାର୍ଯାନୁଷ୍ଠାନ ଶୂନ୍ଯ ହେତୁ ପୋଲିସର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

You may have missed