March 11, 2026

ତ୍ରି-ଦିବସୀୟ ଉପଖଣ୍ଡ ସ୍ତରୀୟ କୄଷି ଯନ୍ତ୍ରପାତି ମେଳା-୨୦୨୫ ଉଦ୍‌ଘାଟିତ…

IMG-20251210-WA0141
Share

ଗୁଣପୁର(ସୁରେନ୍ଦ୍ର ମହାନ୍ତି)କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ତ୍ରି-ଦିବସୀୟ ଉପଖଣ୍ଡ ସ୍ତରୀୟ କୄଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଗୁଣପୁର ଠାରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଓ ଅଧିକାରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବେଦ ମନ୍ତ୍ରପାଠ ପୂର୍ବକ ଉଦ୍‌ଘାଟିତ ହୋଇଯାଇଛି।

ଡ଼ିସେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମେଳାର ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ମମତା ଗୌଡ଼ ଅଧ୍ୟକ୍ଷା ଗୁଣପୁର ପୌର ପରିଷଦ,ସମ୍ମାନିତ ଅତିଥି ଶ୍ରୀମତୀ ଝିଲ୍ଲୀ ଶବର ଅଧ୍ୟକ୍ଷା ପଞ୍ଚାୟତ ସମିତି ଗୁଣପୁର,ଶ୍ରୀମତୀ ମଣିମାଳା ଶବର ଅଧ୍ୟକ୍ଷା ପଞ୍ଚାୟତ ସମିତି ପଦ୍ମପୁର,ଶ୍ରୀ ରମେଶ ଚନ୍ଦ୍ର ସାହୁ ଉପାଧ୍ୟକ୍ଷ ପଞ୍ଚାୟତ ସମିତି ପଦ୍ମପୁର ଯୋଗ ଦେଇଥିଲେ।ପ୍ରଥମେ ଶ୍ରୀ ଦିବ୍ୟ ସ୍ୱରୂପ ପଣ୍ଡା କୃଷି ଜିଲ୍ଲା ଅଧିକାରୀ ଗୁଣପୁର ଙ୍କ ସ୍ୱାଗତ ଅଭିଭାଷଣ ପରେ ଶ୍ରୀ ସନ୍ତୋଷ କୁମାର ମିଶ୍ର ନିର୍ବାହୀ ଯନ୍ତ୍ରୀ ରାୟଗଡ଼ା ମେଳାର ଉଦେଶ୍ୟ ଜ୍ଞାପନ କରିଥିଲେ।

ନୂତନ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷୀର କିପରି ସର୍ବାଙ୍ଗୀନ ଉନ୍ନତି ସାଧନ ହେବ ସେଥିପ୍ରତି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଆଲୋକପାତ କରିଥିଲେ।କୃଷକ ପାଠଶାଳା ଆଲୋଚନା ଚକ୍ରରେ ଡ଼.ପ୍ରଶାନ୍ତ କୁମାର ପଣ୍ଡା ବରିଷ୍ଠ ବୈଜ୍ଞାନିକ ଓ ଡ.ସୁସ୍ମିତା ମହାନ୍ତି,ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା ଭାଗ ନେଇ ଉପସ୍ଥିତ କୃଷକ ମାନଙ୍କୁ ମିଲେଟ ଓ ହରଡ ସ୍ମାର୍ଟ ଫାର୍ମିଙ୍ଗ୍ ମାଧ୍ୟମରେ କିପରି ଚାଷ କରିହେବ ବୁଝାଇଥିଲେ।

ଏହି ମେଳାରେ ମୋଟ ୩୨ ଟି ପ୍ରଦର୍ଶନୀ ଷ୍ଟଲ୍‌ ମଧ୍ୟରୁ ୨୧ ଗୋଟି ଷ୍ଟଲ୍ ମଧ୍ୟରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ମଧ୍ୟରୁ କମ୍ବାଇନ୍ ହାରଭେଷ୍ଟର୍‌,ଟ୍ରାକ୍ଟର୍,ପାୱାର୍ ଟିଲର୍,ଟ୍ରାନ୍ସ ପ୍ଲାଣ୍ଟର,ପାଵାର୍ ଥ୍ରେସର,ରିପର୍,ବିଭିନ୍ନ ପମ୍ପସେଟ୍ ପ୍ରଭୃତି ସ୍ୱୀକୃତି ପ୍ରାପ୍ତ ଡ଼ିଲର୍‌ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ବିଭିନ୍ନ ଷ୍ଟଲ୍‌ ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।ବିଭାଗୀୟ ଷ୍ଟଲ୍‌ ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା,କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର,ବ୍ୟାଙ୍କ୍ଋଣ ମାଧ୍ୟମରେ କୃଷି ଯନ୍ତ୍ରପାତି କ୍ରୟ, ତତ୍‌କାଳ ବୁକିଂ ବ୍ୟବସ୍ଥା,ଅଗ୍ରୀମ ରିହାତି ପାଇଁ ଇ-ରୁପି ର ବ୍ୟବହାର ପ୍ରଭୃତି ମାଧ୍ୟମରେ ମୂଲ୍ୟବାନ ପରାମର୍ଶ ଦିଆଯାଇଥିଲା।

ମେଳାର ପ୍ରଥମ ଦିନରେ ଗୁଣପୁର, ପଦ୍ମପୁର ଓ ମୁନିଗୁଡ଼ା ବ୍ଲକରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାଷର ଉନ୍ନତି କରିଥିବା ୧୨ ଜଣ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା।

ଅପରାହ୍ନରେ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପରିବେଷଣ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣ କରିଥିଲା ଓ ସମସ୍ତ କଳାକାର ମାନଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ,ସହକାରୀ କୃଷି ଯନ୍ତ୍ରୀ ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ,ସହକାରୀ ବୈଷୟିକ ପରିଚାଳକ ମୁନିଗୁଡ଼ା ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା କୃଷି ଜିଲ୍ଲା ଅଧିକାରୀ ମୁନିଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାୟଗଡା ଶ୍ରୀ ଏସ କେ ଏହେଶନ ଙ୍କ ତତ୍ତ୍ଵାବଧାନରେ କୃଷି ଜିଲ୍ଲା ଗୁଣୁପୁର ଏବଂ ମୁନିଗୁଡ଼ା ର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।