April 26, 2026

ମହିଳା ସ୍ନାତକ ମହାବିଦ୍ୟାଳୟରେ କେରିଅର କାଉନ୍ସେଲିଂ କାର୍ଯ୍ୟକ୍ରମ ଆୟୋଜିତ……

IMG-20251210-WA0139
Share

 

ନବରଙ୍ଗପୁର(ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଭବିଷ୍ୟତ ମୁଖୀ କେରିଅର ଯୋଜନା ଓ ଉଚ୍ଚଶିକ୍ଷା ସୁଯୋଗ ସମ୍ପର୍କରେ ଜାଗ୍ରତ କରିବା ପାଇଁ ଏକ ଦିବସୀୟ କେରିଅର କାଉନ୍ସେଲିଂ ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଇଗ୍ନୋ କୋରାପୁଟର ଆଞ୍ଚଳିକ ନିର୍ଦ୍ଦେଶିକା ଡ.ଲତିକା ମିଶ୍ର ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶିକ୍ଷା,ଚାକିରି,ଦୂରଶିକ୍ଷା ସୁଯୋଗ ଓ କୌଶଳ ବିକାଶ ସମ୍ପର୍କରେ ପ୍ରାୟୋଜିତ ଅଭିମତ ରଖିଥିଲେ।କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ।

ଅନ୍ୟତମ ଅଧ୍ୟାପିକା ଡ଼ା.ସଞ୍ଜୁକ୍ତା ପଣ୍ଡା ଛାତ୍ରୀ ମାନଙ୍କ କେରିଅର ପ୍ଲାନିଂ,ଲକ୍ଷ୍ୟ ନିର୍ଦ୍ଧାରଣ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ମତ ରଖିଥିଲେ।କାର୍ଯ୍ୟକ୍ରମରେ ସୁନୀତା ପାତ୍ର,ତାରୁଣୁମ୍ ଆରା,ରଞ୍ଜୁଷା ପ୍ରହରାଜ ଓ ଲକ୍ଷ୍ମୀକାନ୍ତ ସୌରା ଯୋଗ ଦେଇ ଆୟୋଜନକୁ ସଫଳ କରିଥିଲେ।ଛାତ୍ରୀ ମାନେ ବହୁତ ଆଗ୍ରହ ଓ ଉତ୍ସାହ ସହ କାଉନ୍ସେଲିଂ ସେସନ୍‌ରେ ଅଂଶ ଗ୍ରହଣ କରି ନିଜ କେରିଅର ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅତିଥି ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ମାନିତ ପ୍ରଦାନ

କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କୁ ଭବିଷ୍ୟତ ଦିଗ ନିର୍ଦ୍ଦେଶ ଓ ସଚେତନ କେରିଅର ଚୟନରେ ନୂଆ ପ୍ରେରଣା ଦେଇଛି ବୋଲି ଅଭିଭାବକ ମାନେ ମତ ପ୍ରକାଶ କରିଥିଲେ।