ଚେଳିତୋଳ ବାଲିଯାତ୍ରା ରେ ବିଜେପି ନେତାଙ୍କୁ ଅତିଥି କରି , ତିର୍ତ୍ତୋଲ ବିଧାୟକ ଗଣପର୍ବର ବାର୍ତ୍ତା ଦେଲେ ..
ତିର୍ତ୍ତୋଲ ର ଲୋକପ୍ରିୟ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ ଚେଳିତୋଳ ବାଲିଯାତ୍ରାକୁ ନିର୍ଦ୍ଦଳିୟ ଭାବେ କରିବାର ପ୍ରୟାସ ୪ର୍ଥ ଦିନ ସଂଧ୍ୟାରେ ଦେଖିବାକୁ ମିଳିଛି । ଏହି ଦିନ ଅତିଥିଭାବେ ମଞ୍ଚାସିନ ଥିଲେ ବିଜେପି ନେତା ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର ଏବଂ ବାଲିକୁଦା ନେତା ସଞ୍ଜୟ ମହାନ୍ତି । ଏବଂ ଦର୍ଶକ ଭାବେ ଆସନ ଅଳଙ୍କୃତ କରିଥିଲେ ବିଜେପି ଛାମୁଆ ନେତା ଓ କର୍ମୀ ।
ଚେଳିତୋଳ ବାଲିଯାତ୍ରା ଉତ୍ସବ ଇତି ମଧ୍ୟରେ ୨୪ ବର୍ଷ ର ପଦାର୍ପଣ କରିଅଛି । ପ୍ରଥମଥର ପାଇଁ ବିଜେପି ନେତାଙ୍କୁ ବାଲିଯାତ୍ରା ଅତିଥି ଆସନ ରେ ବସିବା ଦେଖି ଦର୍ଶକ ଏବଂ ଜନସାଧାରଣ ଚକିତ ହୋଇ ଥିଲେ । ଏବଂ ବିଧାୟକଙ୍କୁ ଧନ୍ୟବାଦ ଦେବା ସାଧାରଣ ଚର୍ଚ୍ଚା ଧରିଥିଲା । କିନ୍ତୁ ଅଧିକ ଚର୍ଚ୍ଚାର ପ୍ରସଙ୍ଗ ଥିଲା ,ତିର୍ତ୍ତୋଲ ନିର୍ବାଚ଼ନ ମଣ୍ଡଳୀ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଆଡଭୋକେଟ୍ ରାଜକିଶୋର ବେହେରା ନିମନ୍ତ୍ରିତ ଥାଇ ମଞ୍ଚରେ ଅନୁପସ୍ଥିତି ଥିଲେ । ସୂଚ଼ନା ରୁ ପ୍ରକାଶ ଶ୍ରୀଯୁକ୍ତ ବେହେରା ଙ୍କ ନାମ ନିମନ୍ତ୍ରଣ କାର୍ଡରେ ଛପା ଯାଇଥିଲେ ମଧ୍ୟ ତାଙ୍କୁ ଆୟୋଜକ କମିଟି ଅଣଦେଖା କରିଥିଲେ । ଶ୍ରୀଯୁକ୍ତ ବେହେରା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଏବଂ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରର ଜାତୀୟ ଦଳର ପ୍ରାର୍ଥୀ ଥିଲେ । କିନ୍ତୁ ନିମନ୍ତ୍ରିତ ଅତିଥି ତାଲିକାରେ ତାଙ୍କର ନାମ ନିମ୍ନରେ ଥିବା ଦ୍ୱାରା ଶ୍ରୀଯୁକ୍ତ ବେହେରାଙ୍କୁ ଗୌଣ ଭାବେ ଦର୍ଶାଯିବା ଦ୍ୱାରା ସମର୍ଥକଙ୍କ ମଧ୍ୟରେ ନୈରାଶ୍ୟ ଦେଖାଯାଇଛି । ଯାହା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
