June 14, 2026

କାର୍ତ୍ତିକ ପୂଜା ମେଢ ବିସର୍ଜନ 

IMG-20251110-WA0040
Share

ବୁଗୁଡା : ତା ୧୦/୧୧/୨୫ : ଚଳିତ ବର୍ଷ ବୁଗୁଡ଼ା ସହରର କେବଳ ବଡଦାଣ୍ଡ ସାହିରେ କାର୍ତ୍ତିକେଶ୍ଵରଙ୍କ ଆକର୍ଷଣୀୟ ପୂଜା ମେଢ ଦେଖିବାକୁ ମିଳିଥିଲା । ଏହି ପୂଜା ମଣ୍ଡପଟି ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠି ଦର୍ଶକଙ୍କୁ ଆକର୍ଷିତ କରୁଥିଲା। କାର୍ତ୍ତିକ ମାସର ପଞ୍ଚକ ପାଞ୍ଚ ଦିନ ଧୁମଧାମରେ ପୂଜା ଉତ୍ସବ ପାଳିତ ହୋଇଥିବା ବେଳେ ଏହି ପୂଜା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ରହଣି କାଳରେ ପୂଜା ମଣ୍ଡପଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଅର୍ଣ୍ଣପୂର୍ଣ୍ଣାନଗର ପୂଜା କମିଟି ପକ୍ଷରୁ ଠାକୁର କାର୍ତ୍ତିକେୟଙ୍କୁ ବାଦ୍ୟ ବାଜଣା ସହ ବାଣ ଫୁଟାଇ ମେଲାଣି ଦିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।