March 12, 2026

ଆଦିବାସୀଙ୍କ ଅଧିକାରକୁ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

IMG-20251110-WA0021
Share

 

 

ପାରଳାଖେମୁଣ୍ଡି:୧୦/୧୧(ଗରୁଡ ଧ୍ୱଜ ଚୌଧୁରୀ) ଅଧିକାରକୁ ନେଇ ସିପିଆଇ (ଏମଏଲ) ଲିବରେସନ ତରଫରୁ ପାରଳାଖେମୁଣ୍ଡି ପୁରୁଣା ବସଷ୍ଟାଣ୍ଡ ମୁନିସିପାଲିଟି ଅଫିସ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଶୋଭାଯାତ୍ରା ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୭ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଗଣଧାରଣାରେ ସିପିଆଇ (ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଅଶୋକ ପ୍ରଧାନ (କୃଷକ ନେତା) ରାଜ୍ୟ ସରକାର ଜନ ବିରୋଧୀ ନୀତି ବିରୁଦ୍ଧରେ ଜନ ଆନ୍ଦୋଳନ କରିବା ପାଇଁ ଉଦବୋଧନ ଦେଇଥିଲେ। ” ମୋନ୍ତା “ଲଘୁଚାପରେ କ୍ଷୟକ୍ଷତି ମକା, କପା, ଧାନ ଚାଷୀକୁ କ୍ଷତି ପୂରଣ, ମକା ବିକ୍ରି କରିବା ପାଇଁ ମଣ୍ଡି ର ବ୍ୟବସ୍ଥା ଓ ଏକ କେଜି ମକା ୫୦ ଟଙ୍କା କରିବା, ଶିକୁଂଳି ପଦର ଗାରେ ଆଦିବାସୀ ମାନଙ୍କ ପଟା ଜମି ଉପରେ ଅଣ ଆଦିବାସୀ ମାନଙ୍କ ଚକ୍ରାନ୍ତ ବଦଂ କରିବା, ସମସ୍ତ କୁଂ ରେସନ କାର୍ଡ ଓ ମାସିକ 50 କେଜି ଚାଉଲ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ପେନସନ ୫୦୦୦ ଟଙ୍କା ପ୍ରଦାନ କରିବା, ମନରେଗା କାମ ରେ ଦୈନିକ 600 ଟକା ପ୍ରଦାନ କରିବା, ସମସ୍ତ କୁଂ ୩୦୦ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବା ଦାବିରେ ଏହି ବିକ୍ଷୋଭ ପ୍ରଦଶନ କରାଯାଇଥିଲା.

ଆୟୋଜିତ ଏହି ବିକ୍ଷୋଭରେ ନରସିଂହ ମଣ୍ଡଳ, ମାଥ୍ୟୁ ରଇତ , କୈଳାସ ଶବର, ଡାଗଂଲା ରଇତ, କେଶବ ରଇତ, ଯୋହନ ରଇତ, ଏଲିଆବ ଗମାଙ୍ଗ, ସର୍ବଶ୍ରୀ ଗମାଙ୍ଗ, ସୁଦାମ ରଇତ, ସିମିୟ ରଇତ, ରଇସାନ ରଇତ, ବସା ରଇତ, ଅବିୟ ଗମାଙ୍ଗ, ମଇଜ ମାଝୀ, ଶିନୁ ବେହେରାଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ.