April 29, 2026

ଗୋଷଣୀ ଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ 

IMG-20251110-WA0022
Share

 

 

ପାରଳାଖେମୁଣ୍ଡି:୧୦/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୋଷାଣୀ ଗ୍ରାମରେ ଥିବା ସ୍କୁଲରେ ପାଠ ପଢ଼ାରେ ସୁଧାର ଆଣିବା ସହ ଏଠାରେ ବିଶୃଙ୍ଖଳା ପ୍ରଦଶନ କରି ପାଠ ପଢ଼ାଇବାରେ ଧ୍ୟାନ ଦେଉ ନଥିବା ଶିକ୍ଷକମାନଙ୍କ ବିରୋଧରେ ସୁଧାର ଆଣିବା ପାଇଁ ଆଜି ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ସ୍କୁଲରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି. ଏଥିସହ ଗ୍ରାମବାସୀମାନେ ଏଠାରେ ଧାରଣା ଦେଇ ପ୍ରତିବାଦ ଜଣାଇ କହିଛନ୍ତିଯେ ସ୍କୁଲରେ ପର୍ଯ୍ୟାପ୍ତ ଶିକ୍ଷକ ଥାଇ ମଧ୍ଯ ପାଠପଢା ସଠିକ ଭାବେ ହେଉନାହିଁ. ଶିକ୍ଷକ-ଶିକ୍ଷକମାନଙ୍କ ମଧ୍ଯରେ କଳି ଝଗଡ଼ା ହୋଇ ପାଠପଢା ହେଉନଥିବା ଅଭିଯୋଗ ହୋଇଛି. ଏଭଳି ବିଶୃଙ୍ଖଳାରେ ଜଡିତ ରହିଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ, ବଦଳି କରାଯାଇ ସ୍କୁଲରେ ପାଠପଢାରେ ସୁଧାର ଆଣିବା ପାଇଁ ଶୃଙ୍ଖଳିତ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି.

You may have missed