April 27, 2026

ନାରାୟଣ ପ୍ରଧାନ ହତ୍ୟା ମାମଲାରେ ଜଣେ ଗିରଫ…

IMG-20251110-WA0008
Share

 

ଚିକିଟି (ସୁଭଶ୍ରୀ ପ୍ରଧାନ)

ଚିକିଟି କେ ନୂଆଗାଁ ଥାନା ଅର୍ନ୍ତଗତ ନୂଆ ପଡ଼ା ଫାଣ୍ଡି ଅଧିନ ନୂଆପଡ଼ା ନଦୀରେ ଗତ ୧୨ ତାରିଖରେ ନାରାୟଣ ପ୍ରଧାନ ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ସେହିଦିନ ସକାଳେ ଗ୍ରାମ ନିକଟ ବାହୁଦା ନଦୀପଠାରୁ ତାଙ୍କ କ୍ଷତାକ୍ତ ଶବ ମିଳିଥିଲା । ମୃତକଙ୍କ ପରିବାର ର ଏତଲା କ୍ରମେ କେସ ନମ୍ବର ୩୫୩/୨୫ ରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରଖିଥିବା ବେଳେ ଆଜି ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଉଛି ନୂଆପଡ଼ା ଗ୍ରାମ ର ଚରିଆପଡାସାହିର ଶଙ୍କର ବେହେରା । ଏହି ହତ୍ୟାକାଣ୍ଡ ରେ ଆଉ ଦୁଇଜଣ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବି ଖୁବଶିଘ୍ର ଗିରଫ କରାଯିବ ବୋଲି ଥାନାଅଧିକାରୀ ସୂଚନା ଦେଇଛନ୍ତି । ନଦୀପଠାରେ ବଗିଚା ରେ ଭୋର୍ ସେ ଫୁଲ ତୋଳିବାକୁ ଯାଇଥିବାବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ ସହ ହତ୍ୟା କରାଯାଇଥିଲା । ମାମଲା ରୁଜୁ ପରେ ପୋଲିସ ଏକ ଟିମ୍ ଗଠନ କରିଥିବା ବେଳେ ଶଙ୍କର କୁ ତାର ସଂପର୍କୀୟ ଘରୁ ବ୍ରହ୍ମପୁରରୁ ଗିରଫ କରାଯାଇଛି ।