January 29, 2025

ସାକ୍ଷୀଗୋପିନାଥ ଦେବ ମନ୍ଦିରରେ ମା ରାଧାରାଣୀଙ୍କ ପାଦ ଦର୍ଶନ —

Share

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ବ୍ଲକ ଅଧିନ ରଥୀପୁରଗଡ଼ ସ୍ଥିତ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିରରେ ମା ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତି ଭକ୍ତ ମାନେ । ରାଧାରାଣୀଙ୍କ ଓଡ଼ିଆଣି ବେଶ ରେ ଦେଖିବା ପାଇଁ ଆଜି ସକାଳୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିରହିଥିଲା। ରାଧା ପାଦ ଦର୍ଶନ କରି ଭକ୍ତ ଧନ୍ୟ ହୋଇଥିଲେ।ଧର୍ମ ମାସ କାର୍ତ୍ତିକ ଅଁଳାନବମୀ ଦିନ ରାଧା ପାଦ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ରହିଛି ବିଶ୍ୱାସ। ସୂଚନା ଅନୁସାରେ 1663 ମସିହାରେ ପୁରୀର ଗଜପତି ମହାରାଜ ମୁକୁନ୍ଦ ଦେବ ଜଟଣୀ ଗଡ଼ ରଥୀପୁର ଗ୍ରାମରେ ସାକ୍ଷୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ। 1731 ମସିହାରେ ମୋଗଲ ଶାସକ ରଥୀପୁର ଗ୍ରାମ ସହ ମନ୍ଦିର ଉପରେ ଆକ୍ରମଣ କରିଥିଲା। ମୁକୁନ୍ଦ ଦେବ ବିଗ୍ରହଙ୍କୁ ସୁରକ୍ଷା ଦେବା ପାଇଁ ମନ୍ଦିରରୁ ରାଧାକୃଷ୍ଣଙ୍କ ବିଗ୍ରହକୁ ନେଇ କନ୍ତଳବାଇ ଠାରେ ଲୁଚେଇ ରଖିଥିଲେ। 1732 ମସିହାରେ ର୍ତକି ଖାଁଙ୍କ ସେନା ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିରକୁ ଭାଙ୍ଗି ଦେଇଥିଲେ। ସେହିଦିନଠାରୁ ମନ୍ଦିର ଭଗ୍ନ ଅବସ୍ଥାରେ ରହିଥିଲା। ଭଗ୍ନ ମନ୍ଦିରକୁ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ମନ୍ଦିରକୁ ପୁନଃ ଉଦ୍ଧାର କରି ନୂତନ ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇ ଗଡ଼ରଥୀପୁର ଗ୍ରାମବାସୀ ପୂଜା କରୁଛନ୍ତି । ଆଜି ଭକ୍ତ ମାନେ ରାଧା ପାଦ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି।