ରୋଟାରୀ କ୍ଳବ ଅଫ ପୁରୀ ସାଗର ପକ୍ଷରୁ ବୃକ୍ଷରୋପଣ l
ରୋଟାରୀ କ୍ଲବ ଅଫ୍ ପୁରୀ ସାଗର ତରଫରୁ ପୁରୀ ସହର ସ୍ଥିତ ଏଲ ଆଇ ସି କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ସଭାପତି କେଦାର ମହାପାତ୍ରଙ୍କ ସମେତ ଜୋନାଲ୍ ଚେୟାରମ୍ୟାନ୍ ଯୁଦ୍ଧିଷ୍ଠିର ଲେଙ୍କା, ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ପୂର୍ବତନ ସମ୍ପାଦକ ଦାମୋଦର ମହାନ୍ତି, କୋଷାଧ୍ୟକ୍ଷ ତୁଷାରକାନ୍ତ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ତଥା କବି ଆଲୋକ କୁମାର ପ୍ରଧାନ ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ଓ ଉପକାରିତା ବିଷୟରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
