ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ରକଂଗ୍ରେସ ର ଗର୍ଜନ
ଜାଭିଅର କଲେଜ ଅଫ ନର୍ସିଙ୍ଗ ପୁରୀ ରେ ଜଣେ ଛାତ୍ରୀ ଓ ଯେ ଇ ପରୀକ୍ଷାରେ କୃତିତ୍ୱ ଲାଭ କରିବା ପରେ ସରକାରୀ କଲେଜ ରେ ପଢିବା ପାଇଁ ଜାଭିଅର କଲେଜ ରୁ ଲିଭିଂ ସାର୍ଟିଫିକେଟ ମାଗିବାରୁ କଲେଜ ଚେୟାରମ୍ୟାନ ପ୍ରିନସିପାଲ ମ୍ୟାନେଜମେଣ୍ଟ କମିଟି ଉକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ଶାରୀଟିଫିକେଟ କୁ ବେଆଇନ ଭାବେ ଜୋରଜବରଦସ୍ତ ରଖିଥିଲେ
ଏବଂ ଛାତ୍ରୀ ଜଣକ ଥାନା ରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସମାଧାନ ମିଳିପାରିନଥିଲା
ଛାତ୍ରୀ ଜଣକ ଛାତ୍ର କଂଗ୍ରେସ ସଭାପତି ଙ୍କୁ ସମ୍ପର୍କ କରିବା ପରେ ଛାତ୍ର କଂଗ୍ରେସ ତରଫରୁ କଲେଜ ଅଧିକାରୀ ଙ୍କୁ ସାକ୍ଷର କରି ସାର୍ଟିଫିକେଟ ମାଗାଜିବାରୁ କଲେଜ ଅଧିକାରୀ ସାଟିଫିକେଟ ଦେବାକୁ ମନ କରିଦେଇଥିଲେ ଓ ଛାତ୍ର କଂଗ୍ରେସ କଲେଜ ଅଫିସ ମଧ୍ୟରେ ଧାରଣା ରେ ବସିଥିଲେ ଏବଂ ସଦର ଥାନା ପୋଲିସ ର ହସ୍ତକ୍ଷେପ ପରେ ଥାନା ଅଧିକାରୀ ଙ୍କ ପ୍ରତିଆରଟି କ୍ରମେ ଏକ ଦିନ ମଧ୍ୟରେ ଛାତ୍ରୀ ଜଣକ ନିଜ ସାଟିଫିକେଟ ଫେରସ୍ଥ ପାଇବା ବୋଲି ସମାଧାନ ହୋଇଥିଲା
ଛାତ୍ର କଂଗ୍ରେସ ତରଫରୁ ଧାରଣା ରେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ବିଭୁତି ଭୂଷଣ ମହାପାତ୍ର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ଦାସ ମହାପାତ୍ର , ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର , ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସୂର୍ଯ୍ୟ କାନ୍ତ ପଣ୍ଡା ଓ ଶତାଧିକ ଛାତ୍ର ଉପସ୍ଥିତ ଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
