September 11, 2026

ଅଲ ଇଣ୍ଡିଆ RMS ଆଣ୍ଡ MMS କର୍ମକର୍ତ୍ତାଙ୍କ ୩୯ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

IMG-20260910-WA0012
Share

 

ପୁରୀ ବେଳାଭୂମି ନିକଟସ୍ଥ ହୋଟେଲ ରୁମାନୀରେ ଅଲ ଇଣ୍ଡିଆ RMS ଆଣ୍ଡ MMS କର୍ମକର୍ତ୍ତାଙ୍କ ୩୯ତମ ବାର୍ଷିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଉଦ୍ଘାଟନୀ ଉତ୍ସବରେ ରିସିପିସନ କମିଟି ଚେୟାରମ୍ୟାନ ତଥା ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେ l ସେହିଭଳି ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ NFPE ର ସଭାପତି ତଥା AIPEU ର ସାଧାରଣ ସମ୍ପାଦକ ଆର ପି ସାରଙ୍ଗ, ନରେଶ ଗୁପ୍ତା, ବିନୋଦ କୁମାର ମିନାଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ ପୂର୍ବକ ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଓଡିଶାର C/S R -IV ରବିନାରାୟଣ ମହାନ୍ତି ଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l