ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଗୁରୁକୃପା ଶିକ୍ଷା ଅନୁଷ୍ଠାନର ଚତୁର୍ଦ୍ଦଶତମ ସ୍ୱନକ୍ଷତ୍ର ଦିବସ ପାଳିତ……..
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ବୁର୍ଜାସ୍ଥିତ ଗୁରୁକୃପା ମହାବିଦ୍ୟାଳୟ ପରିସର ଠାରେ ଆଜି ପବିତ୍ର ଗୁରୁଦିବସ ଅବସରରେ ପାଳନ ହେଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପ୍ରତିଷ୍ଠାତା ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଶ୍ରୀଯୁକ୍ତ ଉମାକାନ୍ତ ପାଣି, ଶ୍ରୀଯୁକ୍ତ ରାଧାକୃଷ୍ଣ ନାୟକ, ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଶିକ୍ଷା ପରିଦର୍ଶକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଭୁକ୍ତା ଓ ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଝାଡ଼େଶ୍ୱର ମହାନ୍ତିଙ୍କ ସମେତ ଗୁରୁକୃପା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚ୍ଚିନ ଦାସ ,ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ ବରିଷ୍ଠ ସଦସ୍ୟା ଶ୍ରୀମତୀ ନଳିନୀ ପାଢ଼ୀ, ଶାନ୍ତିଲତା ମହାନ୍ତି ଏବଂ ଗୁରୁକୃପା ଅନୁଷ୍ଠାନର ଶୈକ୍ଷିକ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ପଙ୍କଜ ଲୋଚନ ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉପସ୍ଥିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ ପରେ ଗୁରୁକୃପା ଶିକ୍ଷା କେନ୍ଦ୍ରର ଏକ ଦଶନ୍ଧିର ଉର୍ଦ୍ଧ୍ବ ଜୟଯାତ୍ରାରେ ଉପାନ୍ତ ରୁ ଉପକୂଳ ପର୍ଯ୍ୟନ୍ତ ଏକ ବଳିଷ୍ଠ ଶିକ୍ଷାର ଭୂମିକା କିପରି ନିର୍ବାହ କରିଛି ସେହି ସମ୍ୱନ୍ଧରେ ଅତିଥିଗଣ ନିଜ ଅଭିଭାଷଣରେ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ତାରିଣୀ ଚରଣ ପାଢ଼ୀ ଓ ସମ୍ପାଦକ ସ୍ୱର୍ଗତ ପ୍ରସନ୍ନ କୁମାର ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଗୁରୁକୃପା ସ୍ନାତକ ମହବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୟା ତ୍ରିପାଠୀ ଟ୍ରଷ୍ଟର ବାର୍ଷିକ ବିବରଣୀ ପଠନ କରିଥିଲେ।ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜିକା ଇଂ ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗୁରୁକୃପା ଟ୍ରଷ୍ଟ ଅଧିନରେ ପ୍ରତିଷ୍ଠା ହୋଇଥିବା ଉମରକୋଟ ସ୍ଥିତ ଗୁରୁକୃପା ପ୍ଲେ ସ୍କୁଲ୍, ଗୁରୁକୃପା ପବ୍ଲିକ୍ ସ୍କୁଲ୍, ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ, ଗୁରୁକୃପା ମେଡିକାଲ୍ କଲେଜ ସମେତ ରାଇଘର ସ୍ଥିତ ଗୁରୁକୃପା ପ୍ଲେ ସ୍କୁଲ୍ ଓ ପବ୍ଲିକ୍ ସ୍କୁଲ୍, ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ ଏବଂ ନବରଙ୍ଗପୁର ସ୍ଥିତ ଗୁରୁକୃପା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ,ଅଧ୍ୟକ୍ଷା, ଶିକ୍ଷକ,ଶିକ୍ଷୟିତ୍ରୀ ଅଧ୍ୟାପକ,ଅଧ୍ୟାପିକା ଓ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗୁରୁକୃପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଟହଲ କାର୍ଯକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
