ଉମରକୋଟ ନିକଟସ୍ଥ ଚଡେଇଗୁଡ଼ା ରେ ବିଶ୍ୱ ହିନ୍ଦୁ ପରିଷଦ ଉମରକୋଟ ପ୍ରଖଣ୍ଡ ସମିତି ଗଠିତ……..
ଉମରକୋଟ-(ଏମ୍.ଦୀନା°ଶୁ ଆଚାରୀ) ବିଶ୍ୱ ହିନ୍ଦୁ ପରିଷଦ ଉମରକୋଟ ପ୍ରଖଣ୍ଡ ସମିତି ଗଠନ ପାଇଁ ଆଜି ଉମରକୋଟ ପୌର ପରିଷଦ ଅନ୍ତର୍ଗତ ଚଡେଇଗୁଡ଼। ଗ୍ରାମ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି କୃପାରାମ ସାହୁ, କାର୍ଯ୍ୟକାରୀ ସଭାପତି ସୁନିଲ ବେହେରା, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟନାୟକ, କୋଷାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ଉପାଧକ୍ଷ ଓ ପାଳକ ଅଧିକାରୀ ଶ୍ରୀମତୀ ପ୍ରଭାତୀ ଦେବନାଥ, ଜିଲା ଗୋରକ୍ଷା ପ୍ରମୁଖ ସୁବାସ ବିଶୋଇ, ସମାଜ ସେବୀ ମନୋଜ କୁମାର ଶର୍ମା, ଜିଲ୍ଲା ସାମାଜିକ ସମରସତା ପ୍ରମୁଖ ବିଶ୍ଵଜିତ ସରକାର, ଉମରକୋଟ ନଗର ସମ୍ପାଦକ ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରଖଣ୍ଡ ସଭାପତି ଭାବେ ଧନୁରଯୟ ଖୋସଲା,ପ୍ରଖଣ୍ଡ ସମ୍ପାଦକ ଭାବେ କିଶୋର ଚନ୍ଦ୍ର ପାଣିଗ୍ରାହୀ,ପ୍ରଖଣ୍ଡ ବଜରଙ୍ଗ ଦଳ ପ୍ରମୁଖ ଭାବେ ତ୍ରିଲୋଚନ କୁଲଦୀପ ସତସଙ୍ଗ ପ୍ରମୁଖ ଭାବେ ହେମନ୍ତ କୁମାର ସାହୁ, ଧର୍ମ ପ୍ରସାର ପ୍ରମୁଖ ଭାବେ କୁମୁଟି ଭତ୍ରା , ମଠ ମନ୍ଦିର ପ୍ରମୁଖ ଭାବେ ବାବୁଲା ସୁନା, ପ୍ରଖଣ୍ଡ ସେବା ପ୍ରମୁଖ ରାଜେନ୍ଦ୍ର ଭତ୍ରା ଓ ଶଙ୍କର ନିହାଲଙ୍କୁ ମନୋନୀତ କରାଯାଇଥିଲା। ପ୍ରଖଣ୍ଡ ସମିତି ପ୍ରତ୍ୟେକ ଖଣ୍ଡ ଓ ଉପଖଣ୍ଡରେ ସମିତି ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିଜ ନିଜର ଦାୟିତ୍ୱ ନିଷ୍ଠା ର ସହସମ୍ପାଦନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ଏହି ବୈଠକ ରେ ବିଭିନ୍ନ ଗ୍ରାମର ମାଆ ଭଉଣୀ ଓ ଭାଇ ମାନେ ଯୋଗ ଦେଇଥିଲେ। ବିଶ୍ୱହିନ୍ଦୁ ପରିଷଦକୁ ଗ୍ରାମୀଣ ସ୍ତରରେ ପହଂଚାଇବା ସମସ୍ତେ ଶପଥ ଗ୍ରହଣ କରିଥିଲେ।
