ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରେ ତହରା ଗ୍ରାମ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ………
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ୧୪ ହଜାର ଲୋକ ଙ୍କ ପାଇଁ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଜଣ। ଜ୍ୱରରେ ପୀଡିତ ଲୋକେ, ନମୁନା ସଂଗ୍ରହ ନିମନ୍ତେ ପହଞ୍ଚିଲା ସ୍ୱାସ୍ଥ୍ୟ ଦଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ତହର। ଗ୍ରାମ ପଞ୍ଚାୟତ ଅଧିନରେ ଥିବା କିଛି ଗ୍ରାମରେ। ପଦ୍ମଝରି ଓ ଅର୍ଜୁନପାଣି ଗ୍ରାମ ଠାରେ। ପାହାଡ ଓ ଜଙ୍ଗଲ ଘେର ମଧ୍ୟରେ ଥିବା ଏହି ଗ୍ରାମ ଗୁଡ଼ିକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ନଜର ପଡେ ନାହିଁ। ମିଳିଥିବା ତଥ୍ୟ ଅନୁଯାୟୀ ତହର। ଗ୍ରାମ ପଞ୍ଚାୟତ ଅଧିନ ରେ ୪୪ଟି ଗ୍ରାମ ଥିବା ସହ ମୋଟ ୧୩୫୬୦ ଲୋକେ ବସବ।ସ କରନ୍ତି। ଏହି ପଞ୍ଚାୟତ ପାଇଁ ଅଛି ମାତ୍ର ଗୋଟେ ଉପକେନ୍ଦ୍ର। ୩ ବର୍ଷ ହେଲାଣି ଏଠାରେ ୨ ଟି ନୂଆ ଉପକେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅନୁମୋଦନ ପାଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁ କାର୍ଯ୍ୟକାରି ହେଇପାରୁ ନାହିଁ। ସ୍ୱାସ୍ଥ୍ୟ ବିଭାଗର ନୀତି ଯାହା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକେ କିପରି ସ୍ୱାସ୍ଥ୍ୟ ସେବା ପାଇବେ ସେଥି ପ୍ରତି ମୋଟେ ଚିନ୍ତା ନାହିଁ। କେବଳ ଉମରକୋଟ ସହର ପାଖ ଥିବା ଗ୍ରାମ ଗୁଡ଼ିକ ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅଧିକ ଫୋକସ ଦେଉ ଥିବା ବେଳେ ଉପାନ୍ତ ଅଞ୍ଚଳ ପ୍ରତି କୌଣସି ସୁବିଧା ନାହିଁ ବୋଲି ତହର। ଗ୍ରାମବ।ସି ଅଭିଯୋଗ କରିଛନ୍ତି। ଫଳରେ ଲୋକେ କ୍ବ।କ ଉପରେ ସ୍ୱାସ୍ଥ୍ୟ ସେବା ନିର୍ଭର କରୁଛନ୍ତି। ଏହି ଗ୍ରାମ ପଞ୍ଚାୟତର କିଛି ଲୋକେ ଜ୍ୱରରେ ପୀଡିତ ହେବା ଜାଣିବା ପରେ ପୂଜାରୀଗୁଡ଼।ର ଡ।କ୍ଟର ନିୀିୟ।ମତ ଅଲି ଏକ ଟିମ୍ ନେଇ ତହର।ର ପଦ୍ମଝରି ଓ ଅର୍ଜୁନପାଣି ଗ୍ରାମ ଠାରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିବା ଜଣା ପଡିଛି। ତେବେ ମ୍ୟାଲେରିଆର କୌଣସି ରିପୋର୍ଟ ଆସି ନ ଥିବ। ବେଳେ ଏହା ଭାଇରାଲ ଜ୍ୱର ହେଇ ଥାଏ ପ।ରେ ବୋଲି ଅନୁମାନ କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ଟିମ୍। ଅର୍ଜୁନପାଣି ଗ୍ରାମର ଲକ୍ଷ୍ମଣ ମାଝୀ, ଚନ୍ଦ୍ରସିଂ ଗୌଡ଼ ଓ ସଦାନନ୍ଦ ମାଝୀ ଏହି ତିନିଜଣ ଜଣ ସମେତ ଆଉ କିଛି ବ୍ୟକ୍ତି କିଛିଦିନ ହେଲା ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଛନ୍ତି ଏବଂ ବାଧ୍ୟ ହେଇ କ୍ବ।କ ଦ୍ୱାରା ଚିକିତ୍ସିତ ହେଉ ଛନ୍ତି। ତେବେ ତହର। ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ନିର୍ଭର। ଏହି ମହିଳା ସ୍ୱାସ୍ଥ୍ୟ କର୍ମୀ ସ୍ୱାସ୍ଥ୍ୟସେବା ସହ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ, ଗର୍ଭବତୀ ମହିଳାଙ୍କ ଟିକାକରଣ, ନବଜାତ ଶିଶୁଙ୍କ ଟିକାକରଣ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟ ଜଣେ କିପରି କରି ପାରିବେ। ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରେ ଏତେ ବଡ଼ ଅଞ୍ଚଳକୁ ନିୟମିତ ସେବା ଯୋଗାଇବା କେବେ ମଧ୍ୟ ସମ୍ଭବପର ନୁହେଁ। ସେହିଭଳି ଏହି ଏହି ଗାଁ ଗୁଡିକରେ ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ ହେଲାଣି ମ୍ୟାଲେରିଆ ନିରାକାରଣ ପାଇଁ ଔଷଧ ବା ମଶାରୀ ମଧ୍ୟ ବଣ୍ଟନ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ନିୟମିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ତୁରନ୍ତ ତହର। ଗ୍ରାମ ପଞ୍ଚାୟତରେ ଦୁଇ ଟି ନୂଆ ଉପକେନ୍ଦ୍ର ଖୋଲିବା ପାଇଁ ପଞ୍ଚାୟତ
ବ।ସି ଦାବି କରିବା ସହ ବିଳମ୍ବ ହେଲେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି।
