September 11, 2026

ସୋରଡ଼ା କଣ୍ଟା ପିଢ଼ା ଯାତ୍ରା ରେ ନାଟକ ଉଦଘାଟନ କଲେ ସ୍ଥାନୀୟ ବିଧାୟକ .

IMG-20250910-WA0028
Share

 

 

ସୋରଡ଼ା(ସଞ୍ଜୟ କୁମାର ସେଠୀ)ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ସହର ଆରଧ୍ୟ ମାଆ କନ୍ଧୁଣି ଦେବୀଙ୍କ କଣ୍ଟା ପିଢା ଯାତ୍ରା ଉପଲକ୍ଷେ ପ୍ରଥମ ରଜନୀରେ ଆୟୋଜିତ ହୋଇଥିବା ଯାତ୍ରା ସ୍ବପ୍ନ ମହଲର ସାଂସ୍କୃତିକ ମଞ୍ଚର ଉଦ୍ଘାଟନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ।

ଆମ ଗଞ୍ଜାମ ପରମ୍ପରାରେ ଏହା ଏକ ଦିଗ,ସମୟ ଅନୁପାତରେ ପରିବର୍ତ୍ତିତ ହୋଇ ସଂସ୍କାରଧର୍ମିରୁ ଇନ୍ଦ୍ରିୟ ତୃପ୍ତି ମନୋରଞ୍ଜନରେ ପହଞ୍ଚି ଗଲାଣି ତେଣୁ ଏ ମଞ୍ଚରୁ ଯାହା କିଛି ଭଲ ଅଛି ଶିଖିବା ଆଉ ଯାହା କିଛି ଖରାପ ଅଛି ତାକୁ ତ୍ୟାଗ କରିବା ଆବଶ୍ୟକ ଅଛି।ମଞ୍ଚସ୍ଥ ହୋଇଥିବା ନାଟକ ଟି ବିପୁଳ ମାତ୍ରାରେ ଜନାଦୃତ ହୋଇଛି ତେଣୁ ଦର୍ଶକ ମାନେ ନାଟକ ଟିକୁ ଗ୍ରହଣ କରିବେ ବୋଲି ଆଶା ଓ ବିଶ୍ୱାସ ରହିଛି। ଆମ ଓଡ଼ିଆ ସଂସ୍କୃତି ଅବିରତ ଉନ୍ନତି କରୁ ଏହା ହିଁ ମାଁ’କନ୍ଧୁଣି ଦେବୀଙ୍କ ନିକଟରେ କାମନା ବୋଲି ଉପସ୍ଥିତ ଅତିଥି ମାନେ ପ୍ରାର୍ଥନା କରିଥିଲେ।

You may have missed