March 10, 2026

ମୁନିଗୋସେଇଁ ପୀଠରେ ସାରଳା ଦାସ ପାଠଚକ୍ର !!

IMG-20250910-WA0003
Share

 

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମ ସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ତ୍ରୟୋଦଶ ସାରଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି !ଆଦିକବି ସାରଳାଦାସ ସାଧନାପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ପାଠଚକ୍ର ରେ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଘୋଷିତ ୨୦ ଜଣ ବରପୁତ୍ରଙ୍କ ତାଲିକାରେ ଓଡିଶା ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ସାରଳା ଦାସ ଙ୍କ ନାମ ସ୍ଥାନ ପାଇ ନଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଵା ସହିତ ତୁରନ୍ତ ତାଙ୍କ ନାମକୁ ସ୍ଥାନିତ କରିବାକୁ ଦାବୀ କରିଥିଲେ ! ପରିଷଦର ସଭାପତି ତଥା ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କମଳାକାନ୍ତ ପରିଜା, ମୁଖ୍ୟ ବକ୍ତା ଭାବେ ପରିଷଦର ଉପଦେଷ୍ଟା ସୁଭାଷ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ କୃଷି ଅଧିକାରୀ ରବୀନ୍ଦ୍ର ସିଂହ, ପ୍ରଭାତ ପରିଜା, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ଶରତ କୁମାର ଦାଶ ପ୍ରମୁଖ ଯୋଗଦେଇ ସାରଳା ସାହିତ୍ୟ ଜୀବନରେ ଉପାଦେୟତା ଓ ଉତ୍କର୍ଷତା ବିଷୟରେ ମତ ରଖିଥିଲେ !ସମ୍ପାଦକ ଚୌଧୁରୀ ରାଧାମୋହନ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କବି ଆଶିଷ ପରିଜା ଧନ୍ୟବାଦ ଦେଇଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଦାସ, କବିତା ସେଠୀ,ମଧୁସ୍ମିତା ବେହେରା,ସଂଜିତ ପରିଜା,ସୁରେନ୍ଦ୍ର ବେହେରା, ନମିତା ସିଂହ ପ୍ରମୁଖ ଯୋଗଦେଇଥିଲେ !

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର