November 26, 2024

ରେଳପଥ ପଦ୍ମପୁର ଦେଇ ଯିବାକୁ ଦାବି କାରି ବ୍ରହ୍ମପୁର ଗଣଧାରଣା ରେ ସାମିଲ ପଦ୍ମପୁର ବାସୀ 

Share

 

ରାୟଗଡା : ପ୍ରସ୍ତାବିତ ଗୁଣୁପୁର – ଥେରୁବାଲି ବିଚରାଧୀନ ଗୋପାଳପୁର -ରାୟଗଡା ରେଳପଥ କୁ ପଦ୍ମପୁର ଦେଇ ଯିବନିମନ୍ତେ ଦାବିକରି ପଦ୍ମପୁର ଅଞ୍ଚଳ ର କିଛି ବ୍ୟକ୍ତି ବ୍ରହ୍ମପୁର ରେ ଚାଲିଥିବା ଗଣଧାରଣା ରେ ଜୋଗଦେବାସହିତ ଧାରଣା ରେ ବସିଥିବାର ଦେଖିବାକୁ ମିଳିଛି l ଦକ୍ଷିଣ ଓଡିଶା ର ସାମଗ୍ରିକ ଉନ୍ନତି ପାଇଁ ବ୍ରହ୍ମପୁର ଠାରେ ଏକ ଗଣଧାରଣା ବ୍ରହ୍ମପୁର ରେଳଷ୍ଟେସନ ସମୁଖ ରେ ଆରମ୍ବ ହୋଇଛି ଏହା ସଖାଳୁ 8 ଘଂଟିକା ରୁ ଆରମ୍ଭ ହୋଇ ସନ୍ଧ୍ୟା 8 ଘଂଟିକା ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଚାଲିବ ଯଦି ରେଳବିଭାଗ ଏକ ସପ୍ତାହ ରେ ଆମର ଦାବି ନମାନନ୍ତି ତାହାହେଲେ ଏହି ଗଣ ଧାରଣା କୁ ବ୍ୟାପକ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି l ଦକ୍ଷିଣ ଓଡିଶା ର ଏହି ରେଳପଥ ସଂଯୋଗୀକରଣ ହେଲେ ଦକ୍ଷିଣ ଓଡିଶା ର ବହୁତ ଉନ୍ନତି ସହିତ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେବ ସହିତ ଆର୍ଥିକ ପରିସ୍ଥିତି ସୁଧୀରିବ ବୋଲି କହିଛନ୍ତି l ଏହି ରେଳପଥ କୁ ଗୋପାଳପୁର ଠାରୁ ରାୟଗଡା ଭାୟା ଦିଗପହଣ୍ଡି, ମୋହନା, ପଦ୍ମପୁର, ରାମନାଗୁଡ଼ା, ସିଙ୍ଗାପୁର ରୋଡ ଦେଇ ଯିବା କୁ ପଦ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କାରି ଧାରଣା ରେ ବସିଥିବା କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଉଦୟ ସାହୁ ଡମ୍ବରୁଧର ସାହୁ କୈଳାଶ ପଣ୍ଡା କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.