November 26, 2024

ଉମରକୋଟ ଠାରେ ୧୧ ତାରିଖ ଦିନ ବିଶାଳ ହିନ୍ଦୁ ସମାବେଶ ଅନୁଷ୍ଠିତ ହେବାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ………..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଦିନ ଉମରକୋଟ ଠାରେ ଏକ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ ହେବ ଯେଉଁ ସମାବେଶ ରେ ଏକ ଲକ୍ଷ ହିନ୍ଦୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅଞ୍ଚଳର ସମସ୍ତ ହିନ୍ଦୁ ସମ୍ପ୍ରଦାୟ ର ସମସ୍ତ ପ୍ରକାର ଜାତି ଜନଜାତିର ପୁରୁଷ ମହିଳା ମାନେ ଯୋଗ ଦେବେ । ସେପରି ସମସ୍ତ ହିନ୍ଦୁ ଭାଷା ଭାଷୀ ମଧ୍ୟ ଯୋଗଦେବେ । ଏହା କୌଣସି ବର୍ଗର ବିରୋଧରେ ନୁହେଁ। ହିନ୍ଦୁ ସମାଜ ଦୀର୍ଘ ଦିନରୁ ଅବହେଳିତ , ନିର୍ଯ୍ୟାତିତ ହେଉଥିବାରୁ ସେ ସମସ୍ୟାର ସମାଧାନ ନିମନ୍ତେ ହିନ୍ଦୁ ଏକତା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ବରିଷ୍ଠ ନେତା ଶ୍ରୀ ଜୟଦେବ କୁମାର ପରିଡ଼ା ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀ ରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସଂପ୍ରତି ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ର ଲୋକେ ହିନ୍ଦୁ ଲୋକ ମାନଙ୍କୁ ଧର୍ମ ପରିବର୍ତନ ନେଇ ଜୟ ଦେବ ତୀବ୍ର ସମା ଲୋଚନ। କରିଥିଲେ। ଉମରକୋଟ ଗୁଲୀପାଟଣା ସାହି ଠାରେ ଥିବା ବାବା ବୈଦ୍ୟନାଥେଶ୍ୱର ମନ୍ଦିର ପରିସର ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ୧୧ ତାରିଖ ଦିନ ଏକ ବିଶାଳ ଶୋଭାଯାତ୍ରା ଦିନ ୨ଟା ରେ ଡଙ୍ଗରି ଗୁଡା ଖେଳ ପଡିଆ ରୁ ବାହାରି ଉମରକୋଟ ସହର ପରିକ୍ରମା କରି ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଦାନ କରାଯିବ। ଏହି ମହା ସମାବେଶ ରେ ଯେପରି ସମସ୍ତ ହିନ୍ଦୁ ଭାଇ ଭଉଣୀ ମାନେ ଯୋଗ ଦେବେ ସେଥି ପାଇଁ ଜୟ ଦେବ କୁମାର ପରିଡ଼ା ସମସ୍ତ ଙ୍କୁ ଅନୁରାଧା କରିଛନ୍ତି।ଏହି ସାମ୍ବାଦିକ ସମ୍ବିଳନୀ ରେ ଜୟ ଦେବ କୁମାର ପରିଡ଼ା ଙ୍କ ବତିତ୍ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ କୃପାରାମ ସାହୁ, ଜିଲ୍ଲା ସମ୍ପାଦକ ଶ୍ରୀ ବାଳକୃଷ୍ଣ ପଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନୀଲ ବେହେରା, ବିଶ୍ଵ ହିନ୍ଦୁ ପରିଷଦ ର ପ୍ରଖଣ୍ଡ ସଭାପତି ଅଶୋକ କୁମାର ପ୍ରଧାନ , ବରିଷ୍ଠ ଆଇନଜୀବୀ ଶ୍ରୀ ତପନ ଦେବନାଥ, ବାବା ବୈଦ୍ୟନାଥେଶ୍ୱର ମନ୍ଦିର ସମିତି କାର୍ଯ୍ୟ କର୍ତା ଶ୍ରୀ ମାର୍କଣ୍ଡ ସାହୁ, ହିନ୍ଦୁ ସୁରକ୍ଷା ସମିତି ସଭାପତି ଶ୍ରୀ ଦୀପ କୁମାର ମହାପାତ୍ର,ଶ୍ରୀ ଅଶୋକ ପାତ୍ର, ଶ୍ରୀ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.