November 23, 2024

ଭି ଆର ଏସ ପରେ ଅନାମୁ ଙ୍କ ଅଞ୍ଚଳ ଗସ୍ତ

Share

ଭି ଆର ଏସ ପରେ ଅନାମୁ ଙ୍କ ଅଞ୍ଚଳ ଗସ୍ତ

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଟିକଟ ପାଇବା ଆଶାୟୀ ପ୍ରାର୍ଥୀ ଶ୍ରୀ ଅନାମୁ ଦିଆନ ଭିଆରଏସ ନବା ପରେ ଅଞ୍ଚଳ ଗସ୍ତ ଆରମ୍ଭ କରିଦେଇଥିବା ଜଣା ଯାଇଛି ଏକଦା କଂଗ୍ରେସ ଦଳ ର ପାରମ୍ପାରିକ ଦୁର୍ଗ ଭାବରେ ପରିଚିତ ଥିଲା ଏହି ନିର୍ବାଚନ ମଣ୍ଡଳୀ. ଗତ ନିର୍ବାଚନ ରେ ବିଜେଡି ହାତକୁ ଚାଲିଯାଇଛି. ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳିରେ ପୁରଣା ମୁହଁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଚନ୍ଦ୍ର ଶେଖର ମାଝୀ. ବିଜେପି ବର୍ତ୍ତମାନ ସୁଦ୍ଧା କାହାରି ନାମ ଘୋଷଣା କରି ନ ଥିବା ବେଳେ କଂଗ୍ରେସ ଟିକଟ ପାଇଁ ସ୍ଥାନୀୟ ପୂର୍ବତନ ବ୍ଲକ ଅଧକ୍ଷା ଶ୍ରୀମତୀ ପାର୍ବତୀ ନାୟକ. ନବରଙ୍ଗପୁର ର ଅନାମୁ ଦିଆନ. ଜୟପୁର ର ପ୍ରଫୁଲ ଭତରା ଡେଙ୍ଗପଦର ରନୁ ପୂଜାରୀ ଙ୍କ ସମେତ ପଟାଙ୍ଗୀ ଓ ରାୟଗଡା ରୁ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିବାର ଚର୍ଚ୍ଚା ହେଉଥିବା ବେଳେ. ନଗର ଏବଂ ବ୍ଲକ କଂଗ୍ରେସ ସଭାପତିଙ୍କ ଅଜାଣତ ରେ ଶ୍ରୀ ଅନାମୁଙ୍କ ଅଞ୍ଚଳ ଗସ୍ତ ଏବଂ ଡାକ ବଙ୍ଗଳାରେ ବୁଥ କମିଟି ନାମରେ ପଞ୍ଚାୟତ ର ସମାସ୍ୟକୁ ସମାଧାନ କରିବା. ଭଲି ସମାସ୍ୟ ଲାଗି ରହିଥିବା ବେଳେ ଆଗାମୀ ଦିନର ବିଧାୟକ ପ୍ରାର୍ଥୀ ଶ୍ରୀ ଅନାମୁ ଦିଆନ ନିର୍ବାଚନ ବୈତରଣି କିପରି ପାହାର ହେବ ତାହା ଦେଖିବାକୁ ବାକି ରହିଲା ଏବଂ ଭିଆରଏସ ଗ୍ରହଣ ହବା ପରେ ଵିଧି ଵଧ ଭାବରେ ଦଳୀୟ ସଭାପତି ଙ୍କ ଉପସ୍ଥିତି ରେ ନିଜ ସମର୍ଥକଙ୍କ ସହ ଯୋଗ ଦବା ପରେ ସେ ଦଳର କର୍ମୀ ବୋଲି ଘୋଷଣା ହବା ପରେ ଦଳୀୟ ନେତା ଓ କର୍ମୀ ଙ୍କୁ ନେଇ ଅଞ୍ଚଳ ଗସ୍ତ କରିବାର କଥା ଏହା ହେଉଛି ଗୋଟିଏ ଜାତୀୟ ଦଳର ନିୟମ ବୋଲି ରାଜନୈତିକ ବିଶାରଦ ମାନେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା