June 16, 2026

ସୁବର୍ଣ୍ଣପୁରରେ ଓପିଏସ ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

IMG-20230910-WA0012
Share

ସୁବର୍ଣ୍ଣପୁରରେ ଓପିଏସ ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର:-ସରକାରୀ କର୍ମଚାରୀ ଙ୍କୁ ପୁରୁଣା ପେନସନ ଦେବାର ଦାବି ସବୁବେଳେ କରିଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ୨୦୦୪ ପରବର୍ତ୍ତୀ ସମୟରେ ନିଯୁକ୍ତ ସମସ୍ତ କର୍ମଚାରୀ ଙ୍କୁ ପୁରୁଣା ପେନସନ କିପରି ମିଳିବ ଏଥିପାଇଁ ଏକ ରଥ ଆସନ୍ତା ୨୦ ତାରିଖ ସର୍ବଭାରତୀୟ ପେନସନ ରଥ ସୁଵର୍ଣପୁର-ବୌଦ୍ଧ ଜିଲ୍ଲାକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।ଏହାର ରୂପରେଖ ପ୍ରସ୍ତୁତ ପାଇଁ ରାଜ୍ୟ ଏୟୁପିଟିଏଫ ,ଖାରବେଳ ନଗର ର ସଭାପତି ଅନିତା ମେହେର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅମଲା ସଙ୍ଘ ସୁବର୍ଣ୍ଣପୂର ର ପ୍ରାକ୍ତନ ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରଶାନ୍ତ କୁମାର ରଥ, ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ପ୍ରଦୀପ ପୁରୋହିତ, କଣ୍ଟାମାଲ ବ୍ଲକର ବରିଷ୍ଠ ଶିକ୍ଷକ ଖଗେଶ୍ବର ବସ୍ତିଆ, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ପ୍ରସ୍ତୁତ କରିଥିଲେ । ଏଥିରେ ସୁବର୍ଣ୍ଣପୁର ଜିଲା ହାବିଲଦାର ସଙ୍ଘ ଉପ ସଭାପତି ରଂଜିତ ପ୍ରଧାନ, ନ୍ୟୁଉ ଏନପିଏସ କଣ୍ଟ୍ରାକଟାଚୁଆଲ ସଭାପତି ଲାଲବାବୁ ସେଠୀ, ଉଭୟ ଜିଲାର ଶିକ୍ଷକ ସଙ୍ଘଠନ ର ନେତୃମଣ୍ଡଳୀ ମାନଙ୍କ ମଧ୍ୟରେ ଶିକ୍ଷକ ନେତା ପ୍ରଶାନ୍ତ କୁମାର ମିଶ୍ର
ସୁଦାମ ଦିଶିରି,ରଂଜୁ ଅମାତ,ଶୁଶୀଳ ପ୍ରଧାନ,ପିଷ୍ଟା ସଭାପତି ବାବୁଲା ମିଶ୍ର, ଦିଲ୍ଲୀପ ମିଶ୍ର,ଗିରିଶ ତ୍ରିପାଠୀ, ଦାମୋଦର ପଣ୍ଡା,ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ଶିକ୍ଷକ ଓ ବିଭିନ୍ନ କର୍ମଚାରୀ ଯୋଗଦେଇଥିଲେ ।ଶେଷରେ ଡ଼ ଅନିରୁଦ୍ଧ କୁରକୁରିଆ ବୈଠକର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

You may have missed