August 11, 2026

ଗଞ୍ଜାମ ଶାଖା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ପକ୍ଷରୁ ରକ୍ତଦାନ ଶିବିର -୫୦ ୟୁନିଟ ରକ୍ତ ସଂଗ୍ରହ

IMG-20260810-WA0051
Share

 

ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭାଗୃହ ପରିସରରେ ରବିବାର ଦିନ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ ଗଞ୍ଜାମ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଲକ୍ଷ୍ମୀ ନୃସିହିଂ ଗୋଶାଳା ଏବଂ ଆଦିତ୍ୟ ବିର୍ଲା ସହଯୋଗରେ ଆୟୋଜିତ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଗଞାମ ଜିଲ୍ଲା ବଜରଙ୍ଗୀ ଦଳ ସହ ସଂଯୋଜକ କେ. ଏଲେୟା ରେଡି, ଗୋ ରକ୍ଷକ ମନୋଜ ପ୍ରଧାନ ଓ ଗଙ୍ଗା ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ଗୋ ରକ୍ଷକ ରମେଶ ଚନ୍ଦ୍ର ଖୁଣ୍ଟିଆ,ଯୁବ ସ୍ୱେଚ୍ଛାସେବୀ ରାଜେଶ ରଞ୍ଜନ ଦାଶ , ନାୟବ ସରପଞ୍ଚ କେ ଭୁବିନୀ ରେଡ୍ଡୀ , ସ୍ୱେଚ୍ଛାସେବୀ ବନମାଳୀ ରାଓ , ସ୍ୱେଚ୍ଛାସେବୀ ସୁନିଲ ସହୁ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

 

କାଳିଆ ଗୌଡ଼, ଲିଲୁ ତରାଇ, , ଶ୍ଵେତ ପ୍ରଧାନ, ହିତେଶ ବାରିକ ପ୍ରମୁଖ ପରିଚାଳନା କରିଥିଲେ l(ପ୍ରଦୀପ କୁମାର ପଣ୍ଡା )