ୱି କେୟାର ହର୍ବାଲାଇଫ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପୁରୀ ସହରର ଆମଲା କ୍ଲବ ସମ୍ମୁଖରେ ‘ୱି କେୟାର ହର୍ବାଲାଇଫ୍ ନ୍ୟୁଟ୍ରିସନ୍ ୱେଲନେସ୍ କ୍ଲବ’ ପକ୍ଷରୁ ଚତୁର୍ଥ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଓ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିର ଶେଷରେ ମୋଟ ୮୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଶିବିରରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱରର ବିଶିଷ୍ଟ କାର୍ଡିଓଲୋଜିଷ୍ଟ ଡା. ସବ୍ୟସଚି ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ଗିରିଶ ଚନ୍ଦ୍ର ନାୟକ, କୁସ୍ତି ଖେଳାଳି ନବ କିଶୋର ବରାଳ, ପୁରୀ ବାର୍ ଆସୋସିଏନ୍ର ସରକାରୀ ଆଡଭୋକେଟ୍ ସୁଧାଂଶୁ ଶେଖର ମିଶ୍ର ଏବଂ ‘ସମର୍ପଣ’ର ସଭାପତି ଡା. ଅଭିମନ୍ୟୁ ଭୂୟାଁ ପ୍ରମୁଖ ଯୋଗଦେଇ ଆୟୋଜକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।
ପୁରୀରେ ରକ୍ତର ଅଭାବ ଦୂର କରିବା ସହ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଣରେ ଏଭଳି ରକ୍ତଦାନ ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
