April 24, 2026

କ୍ରାନ୍ତିକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥ ଙ୍କ ଦ୍ଵାଦଶl ହ ରେ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା

IMG-20250709-WA0163
Share

କ୍ରାନ୍ତିକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥ ଙ୍କ ଦ୍ଵାଦଶl ହ ରେ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଝଙ୍କଡ଼ ତା ୯/୭/୨୦୨୫ ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ର ମୁଦୁପୁର ପଞ୍ଚାୟତ ଅଧିନ ଚାନ୍ଦପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତିର୍ତ୍ତୋଲ ବ୍ଲକ ପଟିଲୋ ପଞ୍ଚାୟତ ମହିଲୋ ଗ୍ରାମକୁ ନିଜର କର୍ମଭୂମି ଭାବରେ ବାଛିନେଇଥିବା କ୍ରାନ୍ତିକାରୀ ଜନନେତା , ପରୋପକାରୀ , ଦୁର୍ବାର ଦୁଃସାହସୀ , ସରକ ଓ ଅମାୟିକ ସ୍ୱର୍ଗତ ମୂରଲୀଧର ରଥ ଙ୍କ ଦ୍ୱାଦଶାହ ଉପଲକ୍ଷେ , ପୁରୋହିତପୁର ବିଣାପାଣି କୋର୍ଟୱାର୍ଡ ପରିସର ରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାରସ୍ୱତ ଗବେଷକ ମହେନ୍ଦ୍ରକୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ରଥ ଙ୍କ ର ଅପ୍ରତିହତ ରାଜନୈତିକ ଜୀବନ, ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ, ଧାର୍ମିକ ଅନୁଷ୍ଠାନ ଗଠନ ନିମନ୍ତେ ତାଙ୍କର ଭୂମିକା ସହିତ ନିଜ ନିଜର ଅନୁଭବ ଅନୁଭୂତି ର ସ୍ମୁତିଚାରନଣ୍ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମୁରଲୀଧର ରଥ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ତଥା ଆଇନଜୀବି ଡଃ ବୀରନାରାୟଣ ପାତ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୁର୍ବତନ ପୌର ପରିଷଦ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ , ନାଇଜର ର ପ୍ରାକ୍ତନ କୁଳସଚୀବ ଡଃ ଅଭୟ ନାୟକ, ସମ୍ବଡିକ ଗୌରାଙ୍ଗ ଚରଣ ହୋତା, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଇଂ ବିଷ୍ଣୁ ଚରଣ ସ୍ୱାଇଁ, ସତ୍ୟବ୍ରତ ମହାପାତ୍ର, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଭୂୟାଁ , ସାମ୍ୱାଦିକ ପ୍ରଦୀପ୍ତ ଚୌଧୁରୀ , ପଣ୍ତିତ ସଦାଶିବ ଦାଶ, ଜ୍ଞାନରଞ୍ଜନ ମହାନ୍ତି, ନିରଞ୍ଜନ ନାୟକ , ନିମାଇଁ ଦାସ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ , ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷl ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବି ଓ ପ୍ରତିଷ୍ଠିତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ” ମହନୀୟ ମୂରଲୀଧର ‘” ନାମକ ଏକ ସ୍ମରଣିକା କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କର ସୁପୁତ୍ର ଶରତ କୁମାର ରଥ , ହେମନ୍ତ କୁମାର ରଥ ଓ ପ୍ରଫୁଲ୍ଲ କୁମାର ରଥ ଙ୍କ ସମେତ ଡଃ ଯଜ୍ଞଦତ୍ତ ରଥ, ବିଭୁ ଦତ୍ତ ରଥ, ଦେବୀ ଦତ୍ତ , ନାରାୟଣ, ଦୁର୍ଗା ଦତ୍ତ , ଦତ୍ତା ତ୍ରୟ , ଧନ, ରତ୍ନ , ଆନ୍ ଇଭାନ ଓ ଟିକୁ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା