October 5, 2024

ଗଜପତି:- ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ

Share

 

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳ’ଙ୍କ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଓଡିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ମହିଳା ଆୟୋଗ ସଦସ୍ୟ ସୁଜାତା ଦିଗାଲ ଉପସ୍ଥିତ ରହି ସମସ୍ତ କେଶକୁ ଶୁଣାଣି କରିଥିଲେ |

ଆଜି ଗଜପତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଦାଲତ ଶିବିରରେ ୧୭ ଗୋଟି ଅଭିଯୋଗ କେଶ ଶୁଣାଣି ମଧ୍ୟରୁ ୧୧ଜଣ ଅଭିଯୋଗକାରୀ ଉପସ୍ଥିତ ଥିଲେ | ସେଥି ମଧ୍ୟରୁ ୩ଟି ଯୁଗ୍ମ ସମସ୍ୟା ଅଭିଯୋଗ ଏବଂ ବ୍ୟକ୍ତିଗତ ଅଭିଯୋଗ ୮ଟି ଅଭିଯୋଗ ଶୁଣାଣି କରା ଯାଇଥିଲା ।

ରାଜ୍ୟ ସରକାର ସମାଜରେ ମହିଳା ମାନଙ୍କ ଅଧିକାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି , ସେମାନଙ୍କୁ ଯଥା ସମ୍ଭବ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ କର୍ତ୍ତବ୍ୟ | ସେହିପରି ପାରିବାରିକ ହିଂସା ହେଉ କିମ୍ବା ଯୌତୁକ ନିର୍ଯ୍ୟାତନା , କର୍ମ କ୍ଷେତ୍ରରେ ହତାଶ , କନ୍ୟା ଭୃଣ ହତ୍ୟା , ବାଲ୍ୟ ବିବାହ , ସାଇବର ଅପରାଧ , ସମ୍ପତ୍ତିଗତ ଅଧିକାର ସର୍ବପରି ନାରୀ ସମ୍ବନ୍ଧୀୟ ଯେତେ ଅଧିକାର ହେଉ ଏସବୁ ଉଲଂଘନ ହେଲେ ସେମାନଙ୍କ ନ୍ୟାୟ ପ୍ରଦାନ ପାଇଁ ଓଡିଶା ରାଜ୍ୟ ମହିଳା ଆୟୋଗ ଗଠନ କରାଯାଇଅଛି |

ବିଶେଷ କରି ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାପାଇଁ ସେମାନଙ୍କ ସାମାଜିକ , ଅର୍ଥନୈତିକ, ଶିକ୍ଷା , ସ୍ୱାସ୍ଥ୍ୟ କିଭଳି ସୁଦୃଢ ରହିବ ସେଥିପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା କହିଥିଲେ |

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ,ଶ୍ରୀ ଅରବିନ୍ଦ ପଟ୍ଟନାୟକ , ଲ-ଅଫିସର, ଓଡିଶା ରାଜ୍ୟ ମହିଳା ଆୟୋଗ , ଭୁବନେଶ୍ୱର , ଶ୍ରୀ ଉମାକାନ୍ତ ସାହୁ , ଷ୍ଟେନୋଗ୍ରାଫର , ଓଡିଶା ରାଜ୍ୟ ମହିଳା ଆୟୋଗ, ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ |

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-