June 30, 2026

ମୋହନା ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବର ଙ୍କ ଇସ୍ତଫା …

IMG-20240710-WA0035
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବର ଦୀର୍ଘ ୧୦ ବର୍ଷ ବିଜେଡି ଦଳର ମୋହନା ବ୍ଲକ ସଭାପତି ରହିବା ପରେ ସେ ବର୍ତ୍ତମାନ ମୋହନା ବ୍ଲକ ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରଞ୍ଜୀବ ଶବର ମୋହନା ବ୍ଲକ ବିଜେଡି ସଭାପତି ରହି ବ୍ଲକର ସମସ୍ତ ନିର୍ବାଚନ ସହ ଦଳୀୟ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ କରୁଥିଲେ କିନ୍ତୁ ବର୍ତ୍ତମାନ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଦାୟିତ୍ଵରୁ ମୁକ୍ତ କରିବା ପାଇଁ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଆଜି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ରଞ୍ଜୀବ ଶବର ଙ୍କ ଇସ୍ତଫା ପତ୍ର ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଗ୍ରହଣ କରିଛନ୍ତି। ଶ୍ରୀ ଶବର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ବାସଭବନକୁ ଯାଇ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।