March 10, 2026

ପୁଣୀ ଆନନ୍ଦପୁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଝାନ୍ସି ରାଣୀ

IMG-20230710-WA0027
Share

ପୁଣୀ ଆନନ୍ଦପୁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଝାନ୍ସି ରାଣୀ

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଜନ ଶୁଣାଣି ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ସମତେ କେନ୍ଦୁଝରର ବିଭିନ୍ନ ବିଭାଗରୁ ଉଚ୍ଚ କର୍ତ୍ତପକ୍ଷଙ୍କ ଦ୍ବାରା ଲୋକ ମାନଙ୍କ ସମସ୍ୟା ଶୁଣାଣୀ ହୋଇଥଲା। ଏଠାରେ ସମାଜ ସେବୀ ଝାନ୍ସି ରାଣୀ ଦାସ ଆନନ୍ଦପୁରର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ଆଶିଷ ଠାକୁର୍ ଙ୍କୁ ସିଧାସଳଖ ଭେଟି ଥିଲେ। ସମସ୍ୟା ଗୁଡ଼ିକ ମଧ୍ୟରୁ ମୁଖ୍ୟ ସମସ୍ୟା ଯଥା, ମରେଇଗାଁ ଠୁ ବଳି ପୁର ରାସ୍ତା(ବାରିକ୍ ମିସ୍ତ୍ରୀ ବନ୍ଧ)ର ମରାମତି, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଆହାର ସେଣ୍ଟର୍ ଡିଏମଏଫ ପାଣ୍ଠି ତରଫରୁ ଶହେ ଶଯ୍ୟା ବିଶିଷ୍ଟ ବୃଦ୍ଧା ଆଶ୍ରମ ସେଇ ପରି କେ ବାଲି ପାଳରେ ସରମଣ୍ଡି, ମଲ୍ଲି ପଶି, ଭଂରା ମୟୂର ନଚା ଆଦି ଜନ ଜାତି ଗ୍ରାମ ଗୁଡିକୁ ରାଜ୍ୟସ୍ୱୋ ଗ୍ରାମରେ ଅନ୍ତର୍ଭୁ୍ତ କରିବାକୁ ନେଇ ଦାବୀ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପାଳ ଆଶିଷ ଠାକୁର୍ ମଧ୍ଯ ଖୁବ୍ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ପତିଶୃତି ଦେଲେ। ଝାନ୍ସି ରାଣୀ ଦାସଙ୍କ ର ଆନନ୍ଦପୁର ସମସ୍ୟାର ଏହି ପରି ସ୍ୱୋର ଉତଳନକୁ ଆନନ୍ଦପୁର ଓ ହାଟଡିହିର ବୁଦ୍ଧିଜୀବି ମହଲରେ ଏବଂ ରଜନ୍ୟତିକ ମହଲରେ ପ୍ରଶଂସାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ )