ଉମରକୋଟ ଠାରେ ସାର ସମସ୍ୟା କୁ ନେଇ ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ, ୧୫ ଦିନ ମଧ୍ୟରେ ଚାଷୀଙ୍କୁ ସାର ନ ମିଳିଲେ ଚାଷୀ ଙ୍କୁ ନେଇ ଆନ୍ଦୋଳନ ପାଇଁ ଚେତାବନୀ…………
ଉମରକୋଟ-(ଏମ୍.ଦୀନା°ଶୁ ଆଚାରୀ) ମୌସୁମୀ ଆସି ପହଞ୍ଚି ଗଲାଣି ଚାଷୀ ଜମି ଚାଷ କରି ବିହନ ମଧ୍ଯ ବୁଣି ସାରିଲେଣି କିନ୍ତୁ ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି ଯୋଗୁ ଆଜି ପର୍ଯ୍ୟନ୍ତ ଚାଷୀ ସାର ପାଇଁ ପାରୁନାହାନ୍ତି ବୋଲି ଆଜି ବିଜେଡି ଅଭିଯୋଗ କରି ଉମରକୋଟ ଠାରେ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ସମାଲୋଚନା କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ ଓ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ମନହୋର ରନ୍ଦ।ରି ପ୍ରମୂଖ୍ ଉପସ୍ଥିତି ଥିଲେ। ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ କହିଥିଲେ ନବରଙ୍ଗପୁର ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା ହେଇ ଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ପଟ। ଥିବ ଓ ଆଇ ଡି ଥିବ ଓ ପଂଜୀକରଣ କରିଥିବା ସେହି ଚାଷୀ ଙ୍କୁ ସାର ମିଳିବ ବୋଲି ଯେଉଁ ନିଷ୍ପତି ନେଇଛନ୍ତି ତାହା ନିନ୍ଦନୀୟ କାରଣ ଜିଲ୍ଲାରେ ଏମିତି ବହୁ ଚାଷୀ ଓ ଜଙ୍ଗଲ ଜମି ରେ ଚାଷ କରିଥିବା ଚାଷୀ ଅଛନ୍ତି ଯାହାଙ୍କ ପଟ। ନାହିଁ ସେମାନେ ଆଉ ସାର ପାଇବେ ନାହିଁ, ପୁଣି ପଟ। ଓ ପଂଜୀକରଣ କରିଥିଲେ ୧ ଏକର କୁ ମାତ୍ର ଗୋଟିଏ ବସ୍ତା ହିଁ ସାର ମିଳିବ। ନେଇ ଯେଉଁ ନିୟମ ରହିଛି ଏହା ଘୋର ନିନ୍ଦନୀୟ ତୁରନ୍ତ ଚାଷୀ ଙ୍କୁ ୧୫ ଦିନ ମଧ୍ୟରେ ପର୍ଯ୍ୟାୟ ପରିମାଣରେ ସାର ନ ମିଳେ ତେବେ ଜିଲ୍ଲାର ସମସ୍ତ ଚାଷୀ ଙ୍କୁ ନେଇ ବଡ ଧରଣର ଅନ୍ଧୋଲନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେହି କରି ପ୍ରଦୀପ ମାଝୀ କହିଛନ୍ତି ଦୀର୍ଘ ୩୦ ବର୍ଷ ର ଅକ୍ଲାନ୍ତ ଉଦ୍ୟମ ଯୋଗୁ ନବରଙ୍ଗପୁର ଜିଲ୍ଲା ସମଗ୍ର ଭାରତ ବର୍ଷରେ ସୁନାମ ଆଣି ଥିବା ବେଳେ ସରକାର ଙ୍କ ତ୍ରୁଟି ପୂର୍ଣ୍ଣ ପରିଚାଳନା ଯୋଗୁ ଚାଷୀ ଙ୍କ ଖରିପ ଧାନ ଉଠି ପାରିଲା ନାହିଁ, ଚାଷୀ ଡିଜେଲ ପାଇଁ ପାରିଲେ ନାହିଁ । ସରକାର ଙ୍କ ତ୍ରୁଟି ପୂର୍ଣ୍ଣ ସ।ର ନୀତି ଯୋଗୁ ଜିଲ୍ଲାର ୧ ଲକ୍ଷ ୨୮ ଚାଷୀ ଓ ୩ ଲକ୍ଷ ୮୦ ହଜାର କୃଷି ଶ୍ରମିକ ପ୍ରଭାବିତ ହେବେ ଓ ସେମାନଙ୍କ ଭବିଷ୍ୟତ ଅନ୍ଧାର ହେଇ ଯିବ ବୋଲି କହିବା ସହ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରର ୟୁରିଆ ଓ ଅନ୍ୟ ସାର ମହଜୁଦ୍ ଥିବା ବେଳେ କାହଁକି ବଣ୍ଟନ କରାଯାଉ ନାହିଁ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏପରି କରି କୁତ୍ରିମ ଅଭାବ ସୃଷ୍ଟି କରିବା ପାଇଁ ଚ।ହୁଛନ୍ତି ବୋଲି କହିଛନ୍ତି। ସେହିପରି ଜିଲ୍ଲା ବିଜେଡି ସଭାପତି ତଥା ଡ।ବୁଗାଁ ବିଧାୟକ ମନହୋର୍ ରାନ୍ଦ।ରି କହିଥିଲେ ଚାଷ କାର୍ଯ୍ୟ ଆରମ୍ଭ ହେବ। ବେଳେ ଚାଷୀ କେଜି ଟି ସାର ପାଇଁ ନାହିଁ। ରାଜ୍ୟ ସରକାର ଙ୍କ ତ୍ରୁଟି ପୂର୍ଣ୍ଣ ସାର୍ ବିକ୍ରି ନୀତି ଯୋଗୁ ଜିଲ୍ଲାର ସ।ର ର କୁତ୍ରିମ ଅଭାବ ଦେଖା ଯିବ ବୋଲି କହିବା ସହ ପଟ ଥିବା ଚାଷୀ ଯଦି ସାର ପାଇବ ତାହା ପୁଣି ୧ ଏକର କୁ ଗୋଟିଏ ବସ୍ତା ତେବେ ଅଣ ପଟ। ଧ।ରି ଚାଷୀ ଯିବେ କୁଆଡେ ବୋଲି କହିବା ସହ ଆସନ୍ତା କାଲି ଠାରୁ ଚାଷୀ ଙ୍କୁ ଯଦି ଜିଲ୍ଲା ପ୍ରଶାସନ ଚାଷୀ ଙ୍କ ଆବଶ୍ୟକ ମୁତାବକ ସାର ନ ଦିଅନ୍ତି ଚାଷୀ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ ରେ ଉମରକୋଟ ପୌର ପରିଷଦ ର ଅଧ୍ୟକ୍ଷା ରାଧା ଭତ୍ରା, ଏମ୍ . ଆପା ରାଓ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝ।ଙ୍କର, କାଉନସିଲର ତପନ କୁମାର ଦେବନାଥ ଓ ମନୋଜ ନାୟକ, ଉମରକୋଟ ନଗର ସଭାପତି ଚନ୍ଦନ କୁମାର ବେହେରା, ବ୍ଲକ ବିଜେଡି ସଭାପତି ଅଜିତ୍ କୁମାର ପ୍ରଧାନ, କ।ଳୁ ପଣ୍ଡା, ଛନ୍ଦ। ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
