ଉମରକୋଟ ବ୍ଲକ ଅନ୍ତର୍ଗତ ବଡବାସିନି ଗ୍ରାମ ଠାରେ ଗୁଣି ଗାରେଡ଼ି ସନ୍ଦେହ ରେ ହତ୍ୟା ଅଭିଯୋଗରେ ୨ ମହିଳା ଅଭିଯୁକ୍ତ ଗିରଫ………….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗୁଣି ଗାରେଡ଼ି ସନ୍ଦେହ ରେ ଜଣେ ୬୦ ବର୍ଷ ବୟସ୍କା ବୃଦ୍ଧା ଙ୍କୁ ହତ୍ୟା ଅଭିଯୋଗରେ ୨ ମହିଳା ଅଭିଯୁକ୍ତ ଙ୍କୁ ଗିରଫ କରି ଜେଲ ପଠାଇଛି ଉମରକୋଟ ପୋଲିସ। ଘଟଣା ଘଟିଥିଲା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଳକ ଅନ୍ତର୍ଗତ ସେମଳା ଗ୍ରାମ ପଞ୍ଚାୟତ ର ଆଦିବାସୀ ବଡ଼ବାସିନୀ ଗ୍ରାମ ଠାରେ ଘଟଣା ଘଟିଥିଲା ୨୯/୨/୨୪ ଦିନ ଏହି ଗ୍ରାମର ଚମରିନ ଭତ୍ରା ୬୦ ବର୍ଷ ଗୁଣି ଗାରେଡ଼ି କରିଥିବା ଅଭିଯୋଗ କରି ରାତି ୯ ଟା ସମୟ ରେ ସେହି ଗ୍ରାମ ର ପଦଲାମ
ଗଣ୍ଡ, ପରମେଶ୍ବର ଗଣ୍ଡ, ଡାକ ଗଣ୍ଡ, ଚମରୁ ଗଣ୍ଡ, ଗୋମତୀ ଗଣ୍ଡ ଓ ମଦନା ଗଣ୍ଡ ମିଶିକି ଚମରିନ ଭତ୍ର।, ତାଙ୍କ ଝିଅ କ୍ଷେମା ଭତ୍ରା ଓ ଅନ୍ୟ ଜଣେ ସମ୍ପର୍କୀୟ ଙ୍କୁ ଜୋର ଜବରଦସ୍ତି କରି ଟାଣି ଟାଣି ନେଇ ମଦନା ଗଣ୍ଡ ଙ୍କ ଘର କୁ ନେଇ ଟାଙ୍ଗିଆ ରେ ଚୋଟ ମାରିଥିଲେ। ଘଟଣା ସ୍ଥଳରେ ରେ ହିଁ ଚମରି ନ ଭତ୍ରା ର ମୃତ୍ୟୁ ଘଟିଥିଲା ଓ କ୍ଷେମ। ଗୁରୁତର ଆହତ ଅବସ୍ଥା ରେ ପୋଲିସ ଉଦ୍ଧାର କରି ଉମରକୋଟ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲା। ଏଥି ନେଇ ଖେମା ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଉମରକୋଟ ପୋଲିସ ଗୋମତୀ ଗଣ୍ଡ ଓ ମଦନା ଗଣ୍ଡ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ। ଏଥି ପୁର୍ବରୁ ଏହୀ ଘଟଣା ରେ ପୋଲିସ ୩ ଜଣ ଙ୍କୁ ଗିରଫ କରି ସାରିଛି।