April 25, 2026

ଉମରକୋଟ ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ୨ ଗିରଫ, ଗିରଫ ସଂଖ୍ୟା ହେଲା ୩………

IMG-20250610-WA0029
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖା ରୁ ୨୩ ଲକ୍ଷ ଟଙ୍କା ହଡପ ଘଟଣାରେ ଏହାର ମୂଖ୍ୟ ମାଷ୍ଟର ମାଇଣ୍ଡ ବିଜୟ କୁମାର ପରିଡ଼ା ଓରଫ୍ ପାନଯା ଶ୍ରୀଧର ବେହେରା ଗିରଫ ହେଇ ଜେଲ ଯିବା ପରେ ଆଜି ଉମରକୋଟ ପୋଲିସ ଘଟଣା ରେ ସଂପୃକ୍ତ ଆଉ ୨ ଜଣଙ୍କୁ ଆଜି ଗିରଫ କରି ଜେଲ ପଠାଇଛି। ଗିରଫ ବ୍ୟକ୍ତି ମାନେ ହେଲେ

ବଂଶୀ ପନକା ଓ ଧରମ ଦାସ ପନକା ବଂଶୀ ର ଘର ଝରିଗାଁ ଥାନା ଅନ୍ତର୍ଗତ କୁସୁମୀ ହେଇ ଥିବା ବେଳେ ଧରମର ଘର ମଧ୍ୟ ଝରିଗାଁ ଥାନା ଅର୍ନ୍ତଗତ ଧନପୁର ଗ୍ରାମ। ଉମରକୋଟ ଆଇଆଇସି ରମାକାନ୍ତ ସାଏ ଙ୍କ ନିର୍ଦ୍ଧେଶ କ୍ରମେ ଥାନା ସବ ଇନ୍ସପେକ୍ଟର ସିବଜୀ ପଣ୍ଡା ଓ କନେଷ୍ଟବଳ ନରେନ୍ଦ୍ର ନାୟକ କୌଣସି ସୁତ୍ରରୁ ଖବର ପାଇ କୁରାକଟା ଗ୍ରାମରେ ଚଡ।ଉ କରି ଏହି ୨ ଜଣଙ୍କୁ ଗିରଫ କରିଛି। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଝରିଗାଁ ଜଳ ଛାୟା ପ୍ରକଳ୍ପର ଏକ ଆକାଉଣ୍ଟ ଉମରକୋଟ ୟୁନିଅନ ବ୍ୟାଙ୍କ ଶାଖାରେ ଥିଲା ଓ ଦୀର୍ଘ ବର୍ଷ ଧରି ଯେଉଁ ପ୍ରକଳ୍ପ ରେ ଟଙ୍କା ଥିଲା ସେହି ପ୍ରକଳ୍ପ ବନ୍ଧ ହେଇ ଯାଇଥିଲା। କିନ୍ତୁ ଟଙ୍କା ସେମିତି ଜମା ହେଇକି ରହି ଥିଲା। ଏହାର ଫାଇଦା ନେଇ ଥିଲା ବିଜୟ କୁମାର ପରିଡ଼ା। ବିଜୟ ଏଥି ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଜଳଛାୟା ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ। ତେଣୁ ସେ ପ୍ରକଳ୍ପ ରେ ଟଙ୍କା ଜମା ଥିବା ଭଲ ଭାବରେ ଅବଗତ ଥିଲେ। ତେବେ ଝରିଗାଁ ଜଳ ଛାୟା ପ୍ରକଳ୍ପର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ଵ ହିନତା ଯୋଗୁ ବିଜୟ ବ୍ୟାଙ୍କ ରୁ ୨୩ ଲକ୍ଷ ଟଙ୍କା ଜାଲିଆତି କରି ହଡପ କରିବାରେ ସଫଳ ହେଇ ଥିଲେ। ତେବେ ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବ କାହାକୁ ବି ଛଡ଼ା ଯିବ ନାହି ବୋଲି ଘଟଣା ର ତଦନ୍ତ ଅଧିକାରୀ ତଥା ପୋଲିସ ଆଇଆଇସ ରମା କାନ୍ତ ସାଏ ସୂଚନା ପ୍ରଦାନ କରିଛନ୍ତି।