November 21, 2024

ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଆକସ୍ମିକ ମୃତ୍ୟୁ….

Share

 

 

 

ଗଞ୍ଜାମ ଥାନା ଅନ୍ତର୍ଗତ 5 ନମ୍ବର ୱାର୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାର୍ଶ୍ୱ ରାସ୍ତାରେ ଜୈନେକ ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣା ପଡିଛି l ଚମାଖଣ୍ଡି ଥାନା ଅନ୍ତର୍ଗତ ବଣବୁଲା ପଲ୍ଲୀ ଗ୍ରାମର ଧୋବା ବେହେରାଙ୍କ ପୁଅ ସୁଦର୍ଶନ ବେହେରା (46) ବୋଲି ମୃତକଙ୍କ ପରିଚୟ ଜଣା ପଡିଛି l ସେ 5 ନମ୍ବର ୱାର୍ଡ ରେ ପୂର୍ବାହ୍ନ ସମୟରେ ଡିୟୁଟି ରେ ଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ l ଫଳରେ ତାଙ୍କ ସ୍କୁଟିଟି ସେଠାରେ ରଖିଦେଇ ରାସ୍ତା ପାର୍ଶ୍ୱରେ ରହିଥିବା ସିମେଣ୍ଟ ଚେୟାର ରେ ବସିବା ଅବସ୍ଥାରେ ଶୋଇପଡ଼ିଥିଲେ l ସେ ସେଠାରେ ସୁପ୍ତ ଅବସ୍ଥାରେ ପଡି ରହିଥିବା ଦେଖି ଅଞ୍ଚଳବାସୀ ପୋଲିସ କୁ ଖବର ଦେଇଥିଲେ l ପୁଲିସ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ପୁଲିସ ପକ୍ଷରୁ ଶବ ଜବତ କରାଯାଇ 3/2024 ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଛେଦ ନିମନ୍ତେ ପଠାଯାଇଥିଲା l( ପ୍ରଦୀପ କୁମାର ପଣ୍ଡା)