September 11, 2026

ସଂସ୍କୃତି ପରମ୍ପରା ର ପର୍ବ ପବିତ୍ର ଅକ୍ଷୟ ତୃତୀୟା…

kop
Share

ବୋଲଗଡ଼,(ଉପାନ୍ତ ଖବର) ଆମର ପ୍ରତିଟି ପର୍ବପର୍ବାଣୀ ଆମର ଧର୍ମସହିତ ଓତଃପ୍ରୋତ ଭାବେ ଜଡ଼ିତ। ମଣିଷର ଚାଲିଚଳନ ରୀତିନୀତି ଧାର୍ମିକ ପରମ୍ପରା ସହିତ ଏବଂ ପ୍ରକୃତି ସହିତ ଅନ୍ତର୍ଭୁକ୍ତ।ଯାହାକି ଆମ ସନାତନ ବା ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ପ୍ରଚଳିତ ଅଛି। ପ୍ରତ୍ୟେକ ମାସର କିଛି ନା କିଛି ବିଶେଷତା ରହିଛି।ସେଥି ମଧ୍ୟରୁ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟାପର୍ବ ପାଳନ କରା ଯାଇ ଥାଏ। ଏହି ଅକ୍ଷୟ ତୃତୀୟା ଦିନ ଟି ହିନ୍ଦୁ ଧର୍ମରେ ଖୁବ ଗୁରୁତ୍ବ ପୁର୍ଣ ଅଟେ। କିନ୍ତୁ କିଛି କୃଷି ବିଜ୍ଞାନି ବୈଗ୍ୟାନିକ ଏହି ପର୍ବକୁ “ସହମତ” ବୋଲି କହିଥାନ୍ତି। ସ୍ଥାନ କାଳ ଅନୁସାରେ ଅନ୍ୟ ରାଜ୍ୟ ରେ ଅନ୍ୟ ନାମରେ ପାଳନ କରାଯାଏ। କିନ୍ତୁ ଆମ ରାଜ୍ୟରେ ଅକ୍ଷୟ ତୃତୀୟା ବୋଲି ଯାଣିଥାଉ। ବିଶେଷ କରି ଓଡିଶା ର ମହାନ କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ଏହା ଓଡିଆଙ୍କ ପାଇଁ ଏକ ବଡପର୍ବ ଅଟେ।ଚଷୀପୁଅ ସକାଳୁ ନୂଆବସ୍ତ୍ର ପରିଧାନ କରି ନିଜ କୁଳ ଇସାଣ ରୁ ହଳଦୀ,ଚନ୍ଦନ,ସିନ୍ଦୁର ବୋଳାଧାନ ବିହନପୂର୍ଣ ନୂଆଗଉଣି କୁ ବୋଝ ଭିତରେ ରଖି ନୂଆ ବସ୍ତ୍ର ରେ ଘୋଡାଇ ସଙ୍ଖ ଓ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଖାଲି ପାଦରେ ନିଜର କ୍ଷେତକୁ ଯାଇଥାଏ। ସେଠାରେ ଧରିତ୍ରୀ ମାତା ଓ ଲକ୍ଷ୍ମୀ ଠାକୁରାଣୀ ଙ୍କର ପୂଜାପାଠ କରି ନୈବେଦ୍ୟ ଦେଇ ଅକ୍ଷୀମୁଠି ଧରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ଏହାଛଡା ଏହି ଅକ୍ଷୟତୃତୀୟା ଦିନରେ ଶ୍ରୀ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହୋଇଥାଏ।ଯାହା କି ପୁରୀ ଶ୍ରୀମନ୍ଦିର ଜଗନ୍ନାଥଙ୍କର ଏହି ପର୍ବ ସହିତ ଅତି ଘନିଷ୍ଠ ସମ୍ପର୍କ ଥାଏ। ଏହି ପର୍ବକୁ ଆଦିବାସୀ ଅଞ୍ଚଳ ହେଉ ଅବା ଉପକୂଳରେ ସମସ୍ତେ ନିଷ୍ଠାପରଭାବେ ପାଳନ କରିଥାନ୍ତି। ଏହି ଅବସରରେ ବୋଲଗଡ଼ ଅଞ୍ଚଳର ପବିତ୍ର ଅକ୍ଷୟ ତୃତୀୟା ଦିବସରେ ରୀତି ନୀତି ଅନୁସାରେ ପୂଜା ଅର୍ଚନା କରାଯାଇ ଅକ୍ଷୀମୁଠି ଅନୁକୂଳ କରାଯାଇଥାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed