ଭଞ୍ଜନଗର ବ୍ଳକରେ ଶିକ୍ଷା ସଚେତନତା ରଥ ପରିଭ୍ରମଣର ପରିସମାପ୍ତି
ଗତ ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ବ୍ଳକରେ ଶିକ୍ଷାର ସଚେତନତା ତଥା ପ୍ରଚାର ପ୍ରସାର ପାଇଁ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପରିଭ୍ରମଣ କରୁଥିବା ଶିକ୍ଷା ସଚେତନତା ରଥର ଆଜି ପରିଭ୍ରମଣ ପରିସମାପ୍ତି ହୋଇଛି। ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତୀ ଲୋପାମୁଦ୍ରା ରଥଙ୍କ ନେତୃତ୍ବ ଏବଂ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମତି ଭାରତୀ ଦେବୀ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଗତ ଏପ୍ରିଲ ୪ ତାରିଖ ଦିନ ଭଞ୍ଜନଗରର ଭେଜିପୁଟ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ସମସ୍ତ ଏବିଇଓ, ବିଆରସିସି, ଏବଂ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଆଲୁମିନି ମାନଙ୍କ ଉପସ୍ଥିତିରେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମତୀ ଭାରତୀ ଦେବୀ ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତୀ ଲୋପାମୁଦ୍ରା ରଥ ପୂଜାର୍ଚ୍ଚନା ଓ ବନ୍ଦାପନା କରି ଶିକ୍ଷା ସଚେତନତା ରଥ ପରିଭ୍ରମଣ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ପରେ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମତୀ ଭାରତୀ ଦେବୀ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତୀ ଲୋପାମୁଦ୍ରା ରଥ, ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ, ଏବିଇଓ ଶ୍ରୀ ଚରଣ ବେହେରା, ଏବିଇଓ ଶ୍ରୀ ଗଜେନ୍ଦ୍ର ସେଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣ୍ଡବ ସେଠୀ ଓ ଅନ୍ୟମାନେ, କୁନୀ ଶିକ୍ଷାର୍ଥୀ ମାନଙ୍କୁ ପାଠ୍ୟ ଉପକରଣ ବ୍ୟାଗ୍ ପ୍ରଦାନ କରି ଅକ୍ଷର ଶିକ୍ଷା ସହିତ “ଖଡ଼ି ଛୁଆଁ ଉତ୍ସବ” ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ କ୍ଳଷ୍ଟର ସିଆରସିସି ବିଭୂ ପ୍ରସାଦ ମହାପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ।
ଏପ୍ରିଲ୍ ଚାରି ତାରିଖ ଦିନ ଶିକ୍ଷା ସଚେତନତା ରଥ ର ଉଦଘାଟନ ପରେ ପରେ ଶିକ୍ଷା ର ବାର୍ତ୍ତା ପ୍ରଦାନ କରୁଥିବା ଏହି ଶିକ୍ଷା ସଚେତନତା ରଥ ଟି ଭଞ୍ଜନଗରର ଏନ୍ ଏ ସି କ୍ଳଷ୍ଟରର ବିଦ୍ୟାଳୟ, ବଡ଼କୋଦଣ୍ଡା କ୍ଲଷ୍ଟରର ଭଞ୍ଜନଗର ରେ ଥିବା ବିଦ୍ୟାଳୟ ଏବଂ ବାଉଁଶଲୁଣ୍ଡି କ୍ଳଷ୍ଟର ର ବିଦ୍ୟାଳୟ ପରିଭ୍ରମଣ କରିଥିଲା। ତାପରେ ଏପ୍ରିଲ୍ ୫ ତାରିଖ ଠାରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ଶିକ୍ଷା ସଚେତନତା ରଥ ଟି ଭଞ୍ଜନଗର ବ୍ଳକ ର ଅନ୍ୟ ସମସ୍ତ କ୍ଳଷ୍ଟର ଯଥା ଗୋଲାପଡା, ବାରୁଡା, କୁଲାଡ, ତୁରୁମୁ, ତିଳିସିଙ୍ଗି, ହରିଗଡ, ବ୍ରାହ୍ମଣପଦର, ଦଦରାଲୁଣ୍ଡା, ଲାଲସିଂ, ମୁଜାଗଡ, ସାନକୋଦଣ୍ଡା, ବଡ଼କୋଦଣ୍ଡା କ୍ଲଷ୍ଟର ର ଅବଶିଷ୍ଟ ବିଦ୍ୟାଳୟ, ଜିଲୁଣ୍ଡି ଓ ଡୁମାକୁମ୍ପା କ୍ଲଷ୍ଟର ପରିଭ୍ରମଣ କରିଥିଲା। ଆଜି ଏପ୍ରିଲ୍ ଦଶ ତାରିଖ ଏହି ଶିକ୍ଷା ସଚେତନତା ରଥ ପରିଭ୍ରମଣର ପରିସମାପ୍ତି ହୋଇଥିଲା। ଶିକ୍ଷା ସଚେତନତା ପରିଭ୍ରମଣ ରଥ ସହିତ ସାମିଲ ହୋଇ କ୍ଲଷ୍ଟର ସିଆରସିସି ମାନେ ଆଗ୍ରହ ଓ ଉତ୍ସାହର ସହିତ ରଥକୁ ପଥ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଗାଁ ଗାଁ ରେ ଶିକ୍ଷାର ମହତ୍ତ୍ୱ, ଶିକ୍ଷା ର ଆବଶ୍ୟକତା ଓ ସାକ୍ଷରତା କାର୍ଯ୍ୟକ୍ରମ ର ଗୁରୁତ୍ଵ ର ସନ୍ଦେଶ ପ୍ରଦାନ ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ଯଥା ବିଭୂ ପ୍ରସାଦ ମହାପାତ୍ର, ଦ୍ଵିତୀକୃଷ୍ଣ ଲେଙ୍କା, ଅନୁପମା ସାହୁ, ସୁଜିତ୍ କୁମାର ଗୌଡ଼, ଅବିନାଶ ପଣ୍ଡା, ଅଜିତ କୁମାର ଗୌଡ଼, ଗଣେଶ୍ଵର ବେହେରା, ସୁରେନ୍ଦ୍ର ପ୍ରଧାନ, ଏ ମହେଶ୍ୱର ପାତ୍ର, ବୈରାଗୀ ଗୌଡ଼, ମନ୍ମଥ କୁମାର ବିଷୋୟୀ, ମନୋଜ କୁମାର ଗୌଡ଼, ସୁଶାନ୍ତ କୁମାର ସାହୁ, ସୁରେନ୍ଦ୍ର ନାଥ ଗୌଡ଼, କାଳୀ ଶଙ୍କର ସାହୁ, ସୁଲଗ୍ନା ସୁଆର
ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟି, ଅଭିଭାବକ, ଆଲୁମିନି ଓ ଗ୍ରାମବାସୀ ଏହି ରଥର ଶିକ୍ଷା ସଚେତନତା ବାର୍ତ୍ତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଶିକ୍ଷାର ବିକାଶ ପାଇଁ ତଥା ଜନସାଧାରଣଙ୍କ ସାକ୍ଷରତା ହାର ବଢାଇବା ପାଇଁ ଏହିପରି ପବିତ୍ର ଖଡ଼ି ଛୁଆଁ ପରମ୍ପରା, ଅନନ୍ୟ କାର୍ଯ୍ୟକ୍ରମ ଓ ନିଆରା ପଦକ୍ଷେପ ପାଇଁ ଜନସାଧାରଣ ସ୍ଵାଗତ କରିବା ସହିତ ଉତ୍ସାହିତ ହୋଇଥିବା ପ୍ରକାଶ କରିଛନ୍ତି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
